ରାଜ୍ୟର ଉପକୂଳ ଜିଲ୍ଲାର ଅନେକ ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ ହୋଇଛି। ସମୁଦ୍ର ମାଡ଼ି ଆସିବାରୁ ପ୍ରଭାବିତ ହୋଇଛନ୍ତି ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା । ସମୁଦ୍ର ଆଁରେ ଉପକୂଳ ଜିଲ୍ଲାର ୪୬ ଗାଁ । ଆଜି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ କହିଛନ୍ତି ଗଣେଶ ରାମ ସିଂ ଖୁଣ୍ଟିଆ । ବିଜେଡ଼ି ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଚାରିଥିବା ପ୍ରଶ୍ନ ଆମ ରାଜ୍ୟରେ ଥିବା ଉପକୂଳରେ ସମୁଦ୍ର କେତେ ବୃଦ୍ଧି ପାଉଛି। ସମୁଦ୍ର କେତେ ହାରରେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ଭୂମି କ୍ଷୟର ପରିମାଣ କେତେ ରହିଛି। ସମୁଦ୍ର ମାଡ଼ି ଆସିବା ଦ୍ୱାରା ଆମର ଉପକୂଳରେ ବାସ କରୁଥିବା ସମ୍ପ୍ରଦାୟମାନେ କେଉଁ ସମସ୍ୟାର ସମ୍ମୁଖୀନ ହେବେ ବୋଲି ଆକଳନ କରାଯାଇଛି । କ୍ଷୟ ଯୋଗୁଁ ସ୍ଥାନୀୟ ସମ୍ପ୍ରଦାୟର କେତେ ସଦସ୍ୟ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି; ଆମ ରାଜ୍ୟରେ ସମୁଦ୍ର ବୃଦ୍ଧି, ସମୁଦ୍ର କ୍ଷୟ ଏବଂ ବିସ୍ଥାପିତ ସମ୍ପ୍ରଦାୟର ସ୍ଥାନାନ୍ତରର ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର କ’ଣ ସ୍ଥାନୀୟ ନୀତି ପରିବର୍ତ୍ତନ କରିଛନ୍ତି? ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୬ଟି ଜିଲ୍ଲାର ୪୬ଟି ଗାଁ ସମୁଦ୍ର ଜୁଆର ଦ୍ୱାରା ପ୍ରଭାବିତ ହୋଇଛନ୍ତି । ୧୯୯୦ରୁ ୨୦୧୮ ମଧ୍ୟରେ ସମୁଦ୍ର ମାଡ଼ି ଆସିବା ଦ୍ୱାରା ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରାପଡ଼ାର ୨୬, ଗଞ୍ଜାମର ୧୪ ଓ ପୁରୀର ୬ଟି ଗାଁ ସମୁଦ୍ରରେ ବିଲୀନ ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ସାତଭାୟା, କାହ୍ନୁପୁରୁ, ବରାହିପୁର, ବଗପାଟିଆରେ ମଗରକଣ୍ଡା ଓ ରବୀନ୍ଦ୍ରପାଲି ଗ୍ରାମବାସୀଙ୍କୁ ଥଇଥାନ କରାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵର ୨୫.୬ ପ୍ରତିଶତ ବା ୧୪୦.୭୩ ହେକ୍ଟର ଚାଷ ଜମି ଅବକ୍ଷୟ ହୋଇଛି । ସମୁଦ୍ର ଜୁଆର ରୋକିବାକୁ ଅଧିକ ହେନ୍ତାଳ ବଣ ସୃଷ୍ଟି କରାଯାଉଛି Post navigation Demolish Dangerous Buildings: କଟକରେ ଭଙ୍ଗା ହେବ ବିପଦସଙ୍କୁଳ କୋଠା Odia Language Enforcement: ଓଡ଼ିଆରେ ନାମ ଫଳକ ନ ଥିବାରୁ ୩୧୯ ଦୋକାନୀଙ୍କଠୁ ଆଦାୟ ହୋଇଛି ଜରିମାନା