Odisha CM felicitate To Blind Women’s T20 World Cup Champions
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ୨୦୨୫ର ବିଜୟୀ ଭାରତୀୟ ଦଳରେ ସାମିଲ ଥିବା ଓଡ଼ିଶାର ୪ ଜଣ ବିଶ୍ୱ ଚାମ୍ପିଅନମାନଙ୍କୁ ନିଜ ବାସଭବନ ଠାରେ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ ।
 
ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ, ଏବଂ ବାସନ୍ତୀ ହାଁସଦାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଦେଶ ଓ ରାଜ୍ୟ ପାଇଁ ଅତୁଳନୀୟ ଗୌରବ ଆଣିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
 
ସେମାନଙ୍କର ନିଷ୍ଠା ଓ ଖେଳ ପ୍ରତି ଥିବା ଦୃଢ଼ ଇଚ୍ଛାଶକ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତ୍ୟେକ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରାଯାଇଛି ।
 
ଶ୍ରୀଲଙ୍କାର କଲମ୍ବୋ ଠାରେ ଆୟୋଜିତ ପ୍ରଥମ ଦୃଷ୍ଟିହୀନ ମହିଳା T20 ବିଶ୍ୱକପ୍ ରେ ଭାରତୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ଦଳ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଛି ।
Odisha CM felicitate To Blind Women’s T20 World Cup Champions

By Nirvay

Leave a Reply

Your email address will not be published. Required fields are marked *