ଅକ୍ଟୋବର ଶେଷ ସୁଦ୍ଧା ବଜେଟ୍ ଖର୍ଚ୍ଚ ୧ ଲକ୍ଷ ୧୪ ହଜାର ୫୧୮ କୋଟି । ଯାହାକି ମୋଟ ବଜେଟ୍ର ୩୯ ପ୍ରତିଶତ। ଗତ ବର୍ଷ ତୁଳନାରେ ଖର୍ଚ୍ଚର ପରିମାଣ ଅଧିକ ରହିଛି । ଆଜି ଗୃହରେ ଆଳି ବିଜେଡ଼ି ବିଧାୟକ ପ୍ରତାପ କେଶରୀ ଦେବ ଚଳିତ ଆର୍ଥିକ ବର୍ଷର ବଜେଟରେ କେଉଁ ବିଭାଗ ପାଇଁ କେତେ ଅର୍ଥର ବ୍ୟୟ ଅଟ୍ଟକଳ କରାଯାଇଥିଲା ଓ ଏପର୍ଯ୍ୟନ୍ତ ବିଭାଗୱାରୀ କେତେ ଅର୍ଥ ବ୍ୟୟ କରାଯାଇଛି ତାହା ସମୁଦାୟ ବଜେଟ ଅର୍ଥର କେତେ ଶତାଂଶ, ଏ ସଂପର୍କରେ ବିଭାଗୱାରୀ ଖର୍ଚ୍ଚର ତାଲିକା ପ୍ରଦାନ କରିବାକୁ କହିଥିଲେ । ଏହାର ଉତ୍ତରରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଗତ ବର୍ଷ ତୁଳନାରେ ବଜେଟ୍ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇଛି । ଅକ୍ଟୋବର ଶେଷ ସୁଦ୍ଧା ବଜେଟର ୩୯ ପ୍ରତିଶତ ଅର୍ଥାତ୍ ଖର୍ଚ୍ଚ ୧ ଲକ୍ଷ ୧୪ ହଜାର ୫୧୮ କୋଟି ଟଙ୍କା ବ୍ୟୟ ହୋଇଛି । ଗତବର୍ଷ ଅକ୍ଟୋବର ସୁଦ୍ଧା ୩୬ ପ୍ରତିଶତ ଅର୍ଥାତ୍ ୧ ଲକ୍ଷ ୩ ହଜାର ୬୩୬ କୋଟି ଟଙ୍କା ବ୍ୟୟ ହୋଇଥିଲା । ତେଣୁ ଦୁଇ ବର୍ଷର ତୁଳନାରେ ୧୦ ହଜାର ୮୮୨ କୋଟି ଟଙ୍କା ଅଧିକ ଖର୍ଚ୍ଚ ହୋଇଛି । ଆହୁରି ୪ ମାସ ଅଛି, ମାର୍ଚ୍ଚ ସୁଦ୍ଧା ବଜେଟ ଶତ ପ୍ରତିଶତ ଖର୍ଚ୍ଚ କରାଯିବ । ଗତ ବର୍ଷ ଅକ୍ଟୋବର ସୁଦ୍ଧା ୩୬% ଖର୍ଚ୍ଚ ହୋଇଥିଲା, ଏଥର କିନ୍ତୁ ୩୯% ହୋଇଛି । ଯେଉଁ ବିଭାଗରେ ଖର୍ଚ୍ଚ କମ ହୋଇଛି ସେସବୁ ବିଭାଗର ସମୀକ୍ଷା କରାଯିବ । ଗତ ବର୍ଷ ଯେଉଁଭଳି ଭାବରେ ବଜେଟ ସଦୁପଯୋଗ ହୋଇଥିଲା ଚଳିତ ବର୍ଷ ମଧ୍ୟ ସମାନ ଢଙ୍ଗରେ କରାଯିବ । Post navigation Winter Session: ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ; ସଂସଦ ଡ୍ରାମା ନାରାବାଜୀର ସ୍ଥାନ ନୁହେଁ- ମୋଦି Reconstruction Of Collectorate Buildings: ରାଜ୍ୟର ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକର ହେବ ନବ କଳେବର