Talcher Municipality Chairperson quits BJD; to join BJP
ତାଳଚେର ପୌରାଧ୍ୟକ୍ଷ ପବିତ୍ର ଭୂତିଆ, ୧୩ ଜଣ କାଉନସିଲର୍‌ଙ୍କ ସମେତ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁଯାୟୀ, ପବିତ୍ର ଭୂତିଆ, ୧୩ ଜଣ କାଉନସିଲର୍‌ଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ନଭେମ୍ବର ୨୮ ତାରିଖ ଦିନ ଯୋଗ ଦେବେ ।
 
ତେର ଜଣ କାଉନସିଲର୍‌ ହେଉଛନ୍ତି ଯଶୋବନ୍ତ ମିଶ୍ର, ସଞ୍ଜିବ କୁମାର ଗଡ଼ନାୟକ, ଆସିଫ ଖାଁ, ସବିତା ପାଲ, ଶାନ୍ତନୁ କୁମାର ମିଶ୍ର, ନିରୁପମା ପଟ୍ଟନାୟକ, ବଲବିନ୍ଦର କୌର, ଜିତେନ୍ଦ୍ର ଭୂତିଆ, ମମତା ରାଉତ, ଅଜିତ କୁମାର ସାହୁ, ସଂଜୀବ କୁମାର ବେହେରା, ଲିପିକା ବେହେରା ଏବଂ ଲୀନା ସାହୁ ।
 
ପୂର୍ବରୁ, ତାଳଚେର ପୌର ପାଳିକାର ୮ ନମ୍ୱର, ୧୬ ନମ୍ୱର ଓ ୨୧ ନମ୍ୱର ୱାର୍ଡ଼ ରେ ବିଜେପି କାଉନସିଲର ପ୍ରାର୍ଥୀ ବିଜୟ ହୋଇଥିବା ବେଳେ ଅନ୍ୟ ୱାର୍ଡ଼ ଗୁଡିକରେ ବିଜେଡି କାଉନସିଲର ପ୍ରାର୍ଥୀ ଙ୍କ ବିଜୟ ହୋଇଥିଲା ।

By Nirvay

Leave a Reply

Your email address will not be published. Required fields are marked *