କ୍ରିକେଟ ମୈଦାନରେ ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆସନ୍ତାବର୍ଷ ଫେବ୍ରୁଆରୀ ୧୫ ତାରିଖରେ ଭାରତ-ପାକିସ୍ତାନ ଟି ଟ୍ୱେଣ୍ଟି ମୁକାବିଲା ଅନୁଷ୍ଠିତ ହେବ । ୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱକପରେ ସାମ୍ନାସାମ୍ନି ହେବେ ଦୁଇ ଦଳ । ଏସିଆ କପ୍ରେ ଭାରତର କ୍ଲିନ୍ ସୁଇପ୍ ବିଜୟ ପରେ କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ଫେବ୍ରୁଆରୀ ୭ ତାରିଖରେ ମୁମ୍ବାଇରେ ହେବ ଆମେରିକା ସହ ଭାରତର ପ୍ରଥମ ମ୍ୟାଚ୍ । ଫେବ୍ରୁଆରୀ ୧୨ରେ ନାମିବିୟା, ୧୮ରେ ନେଦରଲାଣ୍ଡ୍ସ ସହ ଗ୍ରୁପ୍ ମ୍ୟାଚ୍ ହେବ । ପାକିସ୍ତାନ ଫାଇନାଲକୁ ନ ଗଲେ ଅହମ୍ମଦାବାଦରେ ଫାଇନାଲ୍ ମ୍ୟାଚ୍ ହେବ । ମାର୍ଚ୍ଚ ୮ ତାରିଖରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ । ପାକିସ୍ତାନ ଫାଇନାଲକୁ ଗଲେ କଲମ୍ବୋରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ । କହିରଖୁଛୁ ଯେ, ଆସନ୍ତା ବର୍ଷ ଫେବ୍ରୁଆରୀ ୭ ତାରିଖରୁ ଆରମ୍ଭ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ । ଭାରତ ଓ ଶ୍ରୀଲଙ୍କା ଏହାକୁ ମିଳିତ ଭାବେ ଆୟୋଜନ କରିବେ । Post navigation Employees Rally In Delhi: ଏନପିଏସ, ୟୁପିଏସ ବିରୋଦ୍ଧରେ ଦିଲ୍ଲୀରେ କର୍ମଚାରୀ ସମାବେଶ; ପୁରୁଣା ପେନସନ ଲାଗୁ ପାଇଁ ଦାବି