ଦିଲ୍ଲୀରେ ଚରମ ସୀମାରେ ପହଞ୍ଚିଛି ପ୍ରଦୂଷଣ । ଅନେକ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରେ । ତେବେ ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ପ୍ରାଇଭେଟ୍ ଅଫିସ୍ମାନଙ୍କରେ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ୫୦ ପ୍ରତିଶତ କର୍ମଚାରୀ ଏବେ ଘରୁ ରହି କାମ କରିବେ । ସୂଚନା ଅନୁଯାୟୀ, ଲଗାତାର ନବମ ଦିନ ପାଇଁ ପ୍ରଦୂଷଣ ଖରାପ ଥିବାରୁ ଏହି କଟକଣା ଲାଗୁ କରାଯାଇଛି । ଦିଲ୍ଲୀରେ AQI ଏବେ ରେକର୍ଡ ଭାଙ୍ଗିଛି । ବାୟୁର ମାନ ୩୫୦ ରୁ ଉପରେ ଥିବା ରେକର୍ଡ କରାଯାଇଛି । ବାୟୁମଣ୍ଡଳରେ ଯେଉଁଆଡେ ଦେଖିବ ଖାଲି ଧୂଆଁମୟ ପରିବେଶ । CPCB (କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) ଙ୍କ ରିପୋର୍ଟ ଅନୁଯାୟୀ, ଏମ୍ସ ଏବଂ ସଫଦରଜଙ୍ଗ ହସ୍ପିଟାଲ ଅଞ୍ଚଳର AQI (ବାୟୁ ଗୁଣବତ୍ତା ସୂଚକାଙ୍କ) ୩୯୬ ରେକର୍ଡ କରାଯାଇଛି । ଯାହାକୁ ‘ଅତି ଖରାପ’ ଭାବରେ ବର୍ଗୀକୃତ କରାଯାଇଛି । Post navigation IAF Pilot Namansh Syal: ୱିଙ୍ଗ କମାଣ୍ଡର ନମାଂଶ ସିଆଲଙ୍କୁ ଭାରତୀୟ ବାୟୁସେନାର ପୂର୍ଣ୍ଣ ସାମରିକ ସମ୍ମାନ ପ୍ରଦାନ T20 World Cup Cricket For Blind: ଦୃଷ୍ଟିବାଧିତ ମହିଳା ଟି-୨୦ କ୍ରିକେଟ ବିଶ୍ୱକପ୍ ରେ ଭାରତ ଚାମ୍ପିୟନ