Jagatsinghpur Police arrested Sikandar Alam in Illegal Immigrant case
ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମକୁ ଆଜି ଜଗତସିଂହପୁର ପୋଲିସ ଯାଜପୁରରୁ ଗିରଫ କରିଛି । ସିକନ୍ଦର ଠାରୁ ପାସ୍‌ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରି ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରୁଛି ପୋଲିସ । ବାଂଲାଦେଶୀ ଲିଙ୍କ୍‌ ଅଭିଯୋଗରେ ସିକନ୍ଦର ଆଲାମର ଭାଇ ଅବଦୁଲକୁ ମଧ୍ୟ ଜଗତସିଂହପୁର ପୋଲିସ ଖୋର୍ଦ୍ଧାରୁ ଗିରଫ କରିଛି ।  ସିକନ୍ଦର ଆଲାମର ପୁଅ ଓ ଅନ୍ୟ ଜଣେ ସହଯୋଗୀ ଅଟକ ରହିଥିବା ସୂଚନା ମିଳିଛି । 
 
ସୂଚନା ଅନୁଯାୟୀ, ସରକାରୀ ଜାଗା, ବେଆଇନ୍ ମଦ୍ରାସା, ନକଲି ଆଧାର କାର୍ଡ ତିଆରି କରି ବାଂଲାଦେଶରୁ ଗଳା ବାଟରେ ଲୋକଙ୍କୁ ଭାରତ ଆଣୁଥିଲା, ଜଗତସିଂହପୁରରେ ଥଇଥାନ କରୁଥିଲା ସିକନ୍ଦର ଆଲାମ । 
 
ପୂର୍ବରୁ ବେହେରାମପୁର ଓ ସାତପୁରା ଧନିପୁର ବସ୍ତିରେ ଜିଲ୍ଲା ପ୍ରଶାସନ ଚଢ଼ାଉ କରି ବେଆଇନ୍ ଘର ଭାଙ୍ଗିଥିଲା ହେଲେ କାର୍ପଟଦାର ସିକନ୍ଦର ଆଲାମ ଖସି ପଳାଇଥିଲା । ତାକୁ ଧରିବାକୁ ପୋଲିସ ଏକାଧିକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା ।
 
ସିକନ୍ଦର ମାନବ ଚାଲାଣ ସହ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ସହ ବାଂଲାଦେଶୀଙ୍କୁ ଆଶ୍ରୟ ଦେଉଥିଲା । ସିକନ୍ଦରକୁ କେଉଁ ଦେଶରୁ ଅର୍ଥ ଆସୁଥିଲା, କେଉଁ ବ୍ୟକ୍ତି ବିଶେଷ ବା ସଂଗଠନରୁ ଅର୍ଥ ଆସୁଥିଲା, ପୋଲିସ ତାହାର ‌ଖୋଳତାଡ଼ କରୁଛି ।
 

By Nirvay

Leave a Reply

Your email address will not be published. Required fields are marked *