Odisha Matric Exam form fill-up deadline extended
ବଢ଼ିଲା ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି । ଆସନ୍ତା ନଭେମ୍ବର ୨୮ ଯାଏ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ହୋଇପାରିବ । ଗୁରୁବାର ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
 
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା (ମାଟ୍ରିକ୍), ଏସ୍ଓଏସସି (SOSC) (ପ୍ରଥମ) ଏବଂ ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖକୁ ବୃଦ୍ଧି କରିଛି । ପୂର୍ବରୁ ନିଷ୍ପତ୍ତି ଅନୁସାରେ ନଭେମ୍ବର ୨୨ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି ରହିଥିଲା । ଛାତ୍ରଛାତ୍ରୀମାନେ ଅଧିକ ସୂଚନା ପାଇଁ BSEର ଅଫିସିଆଲ୍ ୱେବସାଇଟ୍ bseodisha.ac.in ପରିଦର୍ଶନ କରିପାରିବେ ।
 
ସୂଚନାଥାଉକି, ହାଇସ୍କୁଲ୍‌ ସାର୍ଟିଫିକେଟ୍‌  ପରୀକ୍ଷା (ମାଟ୍ରିକ୍‌) ନିମନ୍ତେ ଫର୍ମ ପୂରଣ ଚଳିତ ନଭେମ୍ବର ମାସ ୮ ତାରିଖ ଶନିବାରରୁ ଆରମ୍ଭ ହୋଇଥିଲା । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ହେବ ।
Odisha Matric Exam form fill-up deadline extended

By Nirvay

Leave a Reply

Your email address will not be published. Required fields are marked *