ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର । ଏ ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି କୌଣସି ଯୋଗ୍ୟ ବାସିନ୍ଦା ଆଶ୍ରୟ ହରାଇବେ ନାହିଁ। ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଛନ୍ତି । ତାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି । ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି । ଅନ୍ୟପଟେ ରାସ୍ତା ପ୍ରଶସ୍ତିକରଣ ପାଇଁ ସାଲିଆ ସାହିରୁ ଉଚ୍ଛେଦ ପ୍ରକ୍ରିୟା ତିନି ଦିନ ଧରି ଚାଲିଛି । ରାଜଧାନୀର ସବୁଠାରୁ ବଡ଼ ବସ୍ତି ସାଲିଆସାହିକୁ ଉଚ୍ଛେଦ କରିଛି ବିଏମସି। ସାଲିଆସାହିର ୫୧୭ଟି ଘରକୁ ଆସନ୍ତା ୭ଦିନ ମଧ୍ୟରେ ଭାଙ୍ଗିବାକୁ ବିଏମସି ଟାର୍ଗେଟ କରିଛି । Post navigation School Uniform Delay: ପିଲାଙ୍କୁ ୟୁନିଫର୍ମ ଦେବାରେ ବିଳମ୍ବ କରୁଥିବା SHGକୁ ବାତିଲ୍ ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ Nuapada Bypoll: ନୂଆପଡ଼ାରେ ବିଜେଡିର ପ୍ରାର୍ଥୀ ଚୟନ ଭୁଲ ରହିଲା, ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା ବିଜେପିକୁ: ଭୂପିନ୍ଦର