ଆନ୍ଧ୍ର ପ୍ରଦେଶରେ ସୁରକ୍ଷାକର୍ମୀଙ୍କ ବଡ଼ଧରଣର ଏନ୍କାଉଣ୍ଟର ।ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୬ ମାଓବାଦୀ ନିହତ । ଆଲୁରି ସୀତାରାମ ରାଜୁ ଜିଲ୍ଲା ମେରେଡୁମୁଲିରେ ଗୁଳି ବିନିମୟ। ନିହତଙ୍କ ମଧ୍ୟରେ ଜଣେ ଟପ୍ ମାଓନେତା ଥିବା ଜଣାପଡ଼ିଛି ।ଏନ୍କାଉଣ୍ଟରରେ ଟପ୍ ମାଓନେତା ମାଡଭି ହିଡମାର ମୃତ୍ୟୁ ହୋଇଥିବା ଆନ୍ଧ୍ର ପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ହରିଶ କୁମାର ଗୁପ୍ତା କହିଛନ୍ତି । ଡିଜିପି ସୂଚନା ମୁତାବକ, ଆଜି ସକାଳୁ ୬ ଟାରୁ ୭ଟା ମଧ୍ୟରେ ଆଲୁରି ସୀତାରାମ ରାଜୁ ଜିଲ୍ଲାର ମାରେଡୁମିଲିରେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଫଳରେ ୬ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି । ଏଥିରେ ଟପ୍ ମାଓନେତା ଥିବା ଜଣାପଡ଼ିଛି । ମାଓ ନେତା ମାଧବୀ ହିଡମାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ତାର ପତ୍ନୀ ରାଜେ ଓରଫ ରାଜାକ୍କା ମଧ୍ୟ ଏନକାଉଣ୍ଟରରେ ନିହତ ହୋଇଥିବା ଜଣାପଡିଛି। ହିଡମା ଅନେକ ବଡ଼ ମାଓ ଆକ୍ରମଣରେ ତାଙ୍କର ଭୂମିକା ପାଇଁ ଜଣାଶୁଣା। ଏଥିରେ ୨୦୧୦ ମସିହାରେ ଦାନ୍ତେୱାଡାରେ ହୋଇଥିବା ଆକ୍ରମଣ, ଯେଉଁଥିରେ ୭୬ ଜଣ ସିଆରପିଏଫ ଯବାନଙ୍କ ଜୀବନ ଯାଇଥିଲା ଏବଂ ୨୦୧୩ ମସିହାରେ ଝିରମ ଘାଟିରେ ହୋଇଥିବା ଆକ୍ରମଣ, ଯେଉଁଥିରେ ପ୍ରମୁଖ କଂଗ୍ରେସ ନେତାଙ୍କ ସମେତ ୨୭ ଜଣ ଲୋକ ପ୍ରାଣ ହରାଇଥିଲେ। ସେ ୨୦୨୧ ମସିହାରେ ସୁକମା-ବିଜାପୁର ଆକ୍ରମଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯେଉଁଥିରେ ୨୨ ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ। Post navigation Salia Sahi Eviction: ଆରମ୍ଭ ହେଲା ସାଲିଆ ସାହିରେ ଉଚ୍ଛେଦ Bargarh Dhanu Yatra: ସୁଶୀଲ ମେହେର ହେବେ ବରଗଡ଼ ଧନୁଯାତ୍ରା କଂସ