ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତିରେ ବିଜେଡି ଆଗଧାଡିରେ ରହିଛି । ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଏପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଆଗୁଆ । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେପି ୨୫ ହଜାର ୩୪୬ ଭୋଟ୍ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ବିଜେଡିର ସ୍ନେହାଙ୍ଗିନୀ ଓ ତୃତୀୟରେ କଂଗ୍ରେସର ଘାସିରାମ ରହିଛନ୍ତି । ସପ୍ତମ ରାଉଣ୍ଡ ସୁଦ୍ଧା ଢୋଲକିଆଙ୍କୁ ୩୬,୦୮୮ ଭୋଟ୍ ମିଳିଥିବା ବେଳେ । ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୧୦,୭୪୨ ଭୋଟ୍ ଓ ତୃତୀୟ ସ୍ଥାନରେ ଘାସିରାମଙ୍କୁ ୯,୪୭୪ ଭୋଟ୍ ମିଳିଛି । ସୂଚନା ଯୋଗ୍ୟ; ଆଜି ପ୍ରକାଶ ପାଇବା ନୂଆପଡା ଉପନିର୍ବାଚନ ଫଳ । ସେଥିପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍ ଏବଂ ଏହାର ୩୦ମିନିଟ୍ ପରେ ଇଭିଏମ୍ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ୩୫୮ଟି ବୁଥ୍ ପାଇଁ ୧୪ଟି ଟେବୁଲରେ ଭୋଟ ଗଣତି କରାଯିବ । ମୋଟ ୨୬ ରାଉଣ୍ଡରେ ଗଣତି ହେବ । ଅନ୍ୟପଟେ ଚଳିତବର୍ଷ ଉପନିର୍ବାଚନରେ ରେକର୍ଡ ୮୩.୪୫ ପ୍ରତିଶତ ମତଦାନ ହୋଇଛି । ୨୦୨୪ ବିଧାନସଭା ନିର୍ବାଚନ ଅପେକ୍ଷା ୮ ପ୍ରତିଶତ ଅଧିକ ମତଦାନ ହୋଇଛି । ରେକର୍ଡ ସଂଖ୍ୟକ ମତଦାନ ହୋଇଥିବାରୁ ନୂଆପଡ଼ାକୁ ନେଇ ବିଜୟ ଅଙ୍କ କଷୁଛନ୍ତି ବିଜେପି, ବିଜେଡି ଓ କଂଗ୍ରେସ । ମୋଟ୍ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ସମୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । Post navigation Nuapada Counting Day: ନୂଆପଡ଼ା ଉପନିର୍ବାଚନ; ପଞ୍ଚମ ରାଉଣ୍ଡ ସୁଦ୍ଧା ୧୮୩୯୮ ଭୋଟ୍ରେ ଆଗୁଆ ବିଜେପି ପ୍ରାର୍ଥୀ Bihar Counting Day: ବିହାରରେ NDAକୁ ବଡ଼ ସଫଳତା : ସକାଳ ୧୧ଟା ସୁଦ୍ଧା ବହୁ ଆଗରେ NDA