ଆଜିଠୁ ଜନତା ମୈଦାନରେ ରୋଡ୍ କଂଗ୍ରେସ ମହାକୁମ୍ଭ ।୮୪ତମ ଅଧିବେଶନରେ ଅଂଶଗ୍ରହଣ କରିବେ ୩ହଜାରରୁ ଅଧିକ ପ୍ରତିନିଧି । ଶୁକ୍ରବାର ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଅଧିକାରୀ, ବିଶେଷଜ୍ଞ, ଇଞ୍ଜିନିୟର ଗୋଟିଏ ମଞ୍ଚରେ ବସି ସଡ଼କ ଭିତ୍ତିଭୂମି ନେଇ ମାନସମନ୍ଥନ କରିବେ। ନଭେମ୍ବର ୬ରୁ ୧୦ ତାରିଖ ଯାଏଁ ସଡ଼କ ପରିବହନ ସଂକ୍ରାନ୍ତରେ ପର୍ଯ୍ୟାୟକ୍ରମେ ଆଲୋଚନା ହେବ । ସୂଚନା ଯୋଗ୍ୟ; ପାଞ୍ଚ ଦିନ ଧରି ରୋଡ କଂଗ୍ରେସ ମହାକୁମ୍ଭରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଆଜି ବୈଷୟିକ ପ୍ରଦର୍ଶନୀ, ୭ରେ ରୋଡ୍ କଂଗ୍ରେସର ପରିଷଦ ବୈଠକ, ୮ରେ ରାଜପଥ ଗବେଷଣା ବୋର୍ଡ ବୈଠକ,୯ରେ ବ୍ୟାବସାୟିକ ବୈଠକ, ୧୦ ତାରିଖରେ ଉଦ୍ଯାପନୀ ଉତ୍ସବ । ଭାରତର ସଡ଼କ ଭିତ୍ତିଭୂମି ଉପରେ ଏକ ବ୍ୟାପକ ଜ୍ଞାନ ଆଦାନପ୍ରଦାନ ପାଇଁ IRC ଦେଶ ସାରାରୁ ବିଶେଷଜ୍ଞ, ବୈଜ୍ଞାନିକ, ଇଞ୍ଜିନିୟର, ଶିକ୍ଷାବିତ୍ ଏବଂ ପ୍ରଶାସକଙ୍କ ସମେତ ୩୫୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଏକତ୍ର କରିବ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ଦ୍ୱାରା ଉଦ୍ଘାଟିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରାସ୍ତା ନିର୍ମାଣ ଏବଂ ରକ୍ଷଣାବେକ୍ଷଣରେ ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ନୀତି ଉପରେ ଧ୍ୟାନ ଦେବ। ଚାରି ଦିନିଆ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ସରକାରୀ ସଂସ୍ଥା, ବ୍ୟବସାୟିକ ଉଦ୍ୟୋଗ ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା। ଏହା ଷଷ୍ଠ ଥର ପାଇଁ ଓଡ଼ିଶା IRC ଆୟୋଜନ କରିବ। ପ୍ରତିନିଧିଙ୍କ ସହ ସ୍ବତନ୍ତ୍ର ଅଧିବେଶନ ଜରିଆରେ ରୋଡ କଂଗ୍ରେସର ଭବିଷ୍ୟତକୁ ନେଇ ନକ୍ସା ଅଙ୍କାଯିବ । ସଡ଼କ ପରିବହନରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଉପରେ ତର୍ଜମା । ସଡକ ସଂପର୍କିତ ସମସ୍ୟା ଓ ଏହାର ସମାଧାନ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ନୀତି ଓ ନକ୍ସା ପ୍ରସ୍ତୁତ କରିବେ । ସେହିପରି ଏହି ମହାକୁମ୍ଭରେ ମହିଳାଙ୍କ ଦ୍ବାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଆକର୍ଷଣ ପାଲଟିବ । ଗୀତ ଗୋବିନ୍ଦ ପରିବେଷଣ, ଲାଇଭସ୍ୟାଣ୍ଡ ଆନିମେସନ, ଧୁଡୁକି ନୃତ୍ୟ ପରିବେଷଣ, ଫ୍ୟାସନସୋ’, ରାମ୍ପ ସୋ’, ମ୍ୟୁଜିକାଲ ସେସନରେ ମହିଳା ଭାଗ ନେବେ । Post navigation RI Exam in Odisha: ଆରଆଇ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ Nuapada Bypoll: ନୂଆପଡ଼ାରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ