ଛତିଶଗଡ଼ ବିଳାସପୁର ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା। ମାଲ୍ବାହୀ ଟ୍ରେନ୍କୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍ । ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଗକୁ ଏହି ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି। ଏହା ସହ ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ଖବର ପାଇ ଉଦ୍ଧାର କାର୍ଯ୍ୟ ପାଇଁ ରେଲୱେ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳକୁ ଯାଇଛି । ଦୁର୍ଘଟଣା ପରେ ରୁଟରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ହୋଇଛି । ଖବର ମୁତାବକ, ଆଜି କୋରବା ପାସେଞ୍ଜର ଟ୍ରେନ ମାଲଗାଡି ସହିତ ବିଳାସପୁର ଷ୍ଟେସନରେ ଧକ୍କା ହୋଇଛି। ଦୁର୍ଘଟଣା ପରେ ଅନେକ ବଗି ଲାଇନଚ୍ୟୁତ ହୋଇଛି। ୨ଟି ଟ୍ରେନର ଭୟଙ୍କର ଧକ୍କା ପରେ ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାରମ୍ଭିକ ସୂଚନା ମିଳୁଛି। ଏଥିରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଏକ ରେଳବାଇ ପକ୍ଷରୁ ଏକ ଉଦ୍ଧାରକାରୀ ଟିମ୍ କୁ ଘଟଣାସ୍ଥଳକୁ ପଠାଯାଇଛି Post navigation Kalpana Dholakia: ବିଜେଡିର ଅଣଦେଖା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁର ଅନ୍ୟତମ କାରଣ: କଳ୍ପନା ଢୋଲକିଆ Plus 2 Form Fill-Up: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି ବୃଦ୍ଧି