ନଭେମ୍ବର ୭ରେ ପାଳନ ହେବ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି । ସେହିଦିନ ସ୍କୁଲ, କଲେଜରେ ରାଷ୍ଟ୍ରୀୟ ସଙ୍ଗୀତ ‘ବନ୍ଦେ ମାତରମ’ ଗାନ କରିବେ ଛାତ୍ରଛାତ୍ରୀ। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଛି। ସମସ୍ତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀମାନେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ୭ ନଭେମ୍ବର ୧୮୭୫ରେ ବଙ୍କିମଚନ୍ଦ୍ର ଚଟୋପାଧ୍ୟାୟଙ୍କ ଦ୍ୱାରା ରଚିତ ଉପନ୍ୟାସ ଆନନ୍ଦମଠରେ ସ୍ଥାନିତ ହୋଇଥିଲା। ଏହ ପରେ ୧୯୫୦ରେ ଭାରତୀୟ ସମ୍ବିଧାନ ଦ୍ୱାରା ଏହା ଜାତୀୟ ଗୀତ ଭାବେ ସ୍ୱୀକୃତି ପାଇଥିଲା । ଗତ କିଛି ଦିନ ତଳେ ବନ୍ଦେ ମାତରମରକୁ ସ୍ମରଣୀୟ କରିବାକୁ ଅପିଲ୍ କରିଥିଲେ ପିଏମ୍ । ମନ୍ କି ବାତ୍ ଜରିଆରେ ସେ ଦେଶବାସୀଙ୍କୁ ଅନୁରୋଧ କରିଥିଲେ । ପୂର୍ତ୍ତି ଉତ୍ସବକୁ ଚିର କାଳ ପାଇଁ ମନେ ରଖିବାକୁ ସେ କହିଥିଲେ । Post navigation Nuapada Bypoll: ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବେ ନୂଆପଡ଼ାବାସୀ: ପ୍ରଭାତୀ ପରିଡ଼ା Ghatshila Bypoll: ଝାଡ଼ଖଣ୍ଡରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ