ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନବୀନଙ୍କ ପ୍ରାର୍ଥୀ ଚୋରି ଅଭିଯୋଗର କାଉଣ୍ଟର୍ ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଟାର୍ଗେଟ୍‌ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ବିଶ୍ୱାସଘାତକତା କ’ଣ ଏବେ ବୋଧେ ଛାମୁଙ୍କୁ ଲାଗିଲା । ନବୀନଙ୍କ ୨୪ ବର୍ଷର ବିଶ୍ୱାସଘାତର ଜବାବ ଦେବାକୁ ନୂଆପଡ଼ାବାସୀ ପ୍ରସ୍ତୁତ ରହିଛନ୍ତି।

ଯିଏ ମିଶନ ଶକ୍ତିର ମହିଳାଙ୍କ ସହିତ ପ୍ରତି କଥାରେ ବିଶ୍ୱାସଘାତ କରିଛି ତାର ଜବାବ ନିର୍ବାଚନରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ । ସେହିପରି ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ ଦେବେ ନୂଆପଡାବାସୀ । ନୂଆପଡ଼ା ବାସୀ ବିଜେପିଙ୍କୁ ହିଁ ବାଛିବେ, ପଦ୍ମ ଫୁଲରେ ଭୋଟ୍‌ ଦେବେ ।

ସୂଚନା ଯୋଗ୍ୟ; ନୂଆପଡ଼ା ଉପ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି । ଏହାରି ମଧ୍ୟରେ ଗତକାଲି ନବୀନ ନୂଆପଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଥିଲେ । ଏହି ସମୟରେ ସେ ବିଜେପି ଉପରେ ପ୍ରାର୍ଥୀ ଚୋରିର ଅଭିଯୋଗ ଆଣିଥିଲେ । ଆପଣଙ୍କ ସହ ଓ ବିଜେଡି ସହିତ ବେଇମାନି ହୋଇଛି । ଆପଣଙ୍କ କ୍ଷୋଭ ପାଇଁ ନଭେମ୍ବର ୧୧ରେ ଆମେ ବଦଲା ନେବା । ଏ ସରକାରକୁ ୧୬ ମାସ ବିତି ସାରିଛି । ୧୬ ମାସର ବିଜେପି ସରକାରରେ କାମ ଜିରୋ ଏବଂ ବିକାଶ ପୂରା ଠପ୍ ହୋଇ ଯାଇଛି ଭଳି ଅନେକ ଅଭିଯୋଗ ଆଣିଥିଲେ ନବୀନ ।

Leave a Reply

Your email address will not be published. Required fields are marked *