ଓଡ଼ିଶା ପୋଲିସ ସବ୍ ଇନସ୍ପେକ୍ଟର ପରୀକ୍ଷା ଦୁର୍ନୀତି ମାମଲା ତଦନ୍ତରେ ସିବିଆଇକୁ ସମ୍ପୂର୍ଣ୍ଣ ସହଯୋଗ କରିବ କ୍ରାଇମବ୍ରାଞ୍ଚ । ଏହା ଅନ୍ତଃରାଜ୍ୟ ଲିଙ୍କ ହୋଇଥିବାରୁ ସିବିଆଇ ଏହାକୁ ବହୁତ ଭଲଭାବରେ ତଦନ୍ତ କରିପାରିବ ବୋଲି ସୂଚନା ଦେଇଛନ୍ତି କ୍ରାଇମ ବ୍ରାଞ୍ଚ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର । ସେ କହିଛନ୍ତି ଏଥିରେ ଏକ ଆନ୍ତଃରାଜ୍ୟ ଲିଙ୍କ ଅଛି । ତେଣୁ ସିବିଆଇ ଏହାକୁ ବହୁତ ଭଲଭାବରେ ତଦନ୍ତ କରିପାରିବ । ସିବିଆଇ ଅଧିକାରୀମାନେ ଆସିଲେ ଆମେ ସେମାନଙ୍କୁ କେସ ରେକର୍ଡ ହସ୍ତାନ୍ତର କରାଯିବ । ଏହି ମାମଲାରେ ଆନ୍ତଃରାଜ୍ୟ ଲିଙ୍କ ଥିବାରୁ ସରକାର ସିବିଆଇକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି । କ୍ରାଇମ ବ୍ରାଞ୍ଚ ସିବିଆଇକୁ ସମସ୍ତ ତଥ୍ୟ ଦେବ । ଏଥିରେ ବଡ଼ ନେଟୱାର୍କ ସାମିଲ ରହିଛି । ଏଥିରେ କୌଣସି ଅନୁମାନ କରାଯାଇ ତଥ୍ୟ ଦିଆଯାଇପାରିବ ନାହିଁ । ସୂଚନା ଯୋଗ୍ୟ; ଏସଆଇ ପରୀକ୍ଷାରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୯ ଜଣ ଦଲାଲ ଗିରଫ ହୋଇଛନ୍ତି । ତେବେ ସମସ୍ତ ୧୧୪ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ପକ୍ଷରୁ ଜାମିନ ମିଳିସାରିଛି । ଗତକାଲି ୯୪ ଜଣ ପରୀକ୍ଷାର୍ଥୀ ଜେଲରୁ ମୁକୁଳି ଥିବାବେଳେ ଆଜି ଆଉ ୨୦ ଜଣ ଜେଲରୁ ମୁକୁଳିବାର ସୂଚନା ରହିଛି । ତେବେ ୯ ଜଣ ଦଲାଲଙ୍କର ଜାମିନ ଆବେଦନ ଖାରଜ ହୋଇଛି । Post navigation Run For Unity: ଏକତା ଦୌଡ଼ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Bihar Election: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ପକ୍ଷରୁ ଜାରି ହେଲା ସଙ୍କଳ୍ପ ପତ୍ର