ବାତ୍ୟା ମୋନ୍ଥାକୁ ନେଇ ବଡ଼ ଅପଡେଟ୍ । ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ମୋନ୍ଥା । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତକାଲି ରାତି ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଆନ୍ଧ୍ର ଉପକୁଳକୁ ମଛଲିପାଟନମ ଏବଂ କଳିଙ୍ଗପାଟନମ ମଝିରେ କାକିନାଡ଼ାର ଦକ୍ଷିଣ ଦିଗରେ ଥିବା ନରସାପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା । ୪ ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବର୍ତ୍ତମାନ ୧୦କିମି ବେଗରେ ମୋନ୍ଥା ଆଗକୁ ବଢୁଥିବା ବେଳେ ଆଗାମୀ ୬ ଘଣ୍ଟା ମଧ୍ୟରେ ତାହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟା ଏବଂ ପରେ ଗଭୀର ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ମଙ୍ଗଳବାର ରାତି ଏବଂ ବୁଧବାର ସକାଳ ମଧ୍ୟରେ ଉପକୂଳ ଆନ୍ଧ୍ରପ୍ରଦେଶର କିଛି ସ୍ଥାନରେ ପ୍ରବଳ ବର୍ଷା ସହିତ ପ୍ରବଳ ଝଡ଼ ହୋଇଥିଲା । ପ୍ରବଳ ଝଡ଼ ଦ୍ୱାରା ଉପକୂଳ ଜିଲ୍ଲାଗୁଡ଼ିକରେ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଛି । କାକିନାଡା ଅଞ୍ଚଳରେ ଝଡ଼ ଆସିବାରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । Post navigation Cyclone Montha: ବାତ୍ୟା ‘ମୋନ୍ଥା’ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍ DroupadiMurmu: ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ