ବାତ୍ୟା ମୋନ୍ଥାକୁ ନେଇ ରାଜ୍ୟବାସୀଙ୍କୁ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ବାତ୍ୟା ମୋନ୍ଥା ପାଇଁ ଭୟଭୀତ ନ ହୋଇ ସଜାଗ ରହିବା ସହ ଏକାଠି ଏହି ବାତ୍ୟାର ଦୃଢ଼ ମୁକାବିଲା କରି ପ୍ରଶାସନ ସହ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ନବୀନ । ନବୀନ କହିଛନ୍ତି, ବାତ୍ୟା ମୋନ୍ଥା ଆସୁଛି । ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ । ତେଣୁ ଭୟଭୀତ ନ ହୋଇ ସଜାଗ ରୁହନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ସେହିପରି ବିଜେଡ଼ି କର୍ମୀମାନଙ୍କୁ ବିପଦ ସମୟରେ ଲୋକଙ୍କ ସହିତ ରହି ସହାୟତା ଯୋଗାଇ ଦେବାକୁ କହିଛନ୍ତି । ସେ କହିଛନ୍ତି ଆମର ବିଜେଡି କର୍ମୀ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ । ଆମେ ସବୁବେଳେ ସମସ୍ତେ ଏକାଠି ମିଶି ବିଭିନ୍ନ ବିପର୍ଯୟରର ମୁକାବିଲା କରି ଆସୁଛେ । ଏଥର ମଧ୍ୟ ଏକାଠି ହୋଇ ବାତ୍ୟାର ମୁକାବିଲା କରିବା । Post navigation Nuapada Bypoll: ନୂଆପଡ଼ାରେ ବିଜେପି ପକ୍ଷରୁ ଆୟୋଜିତ ହେଲା ଆଦିବାସୀ ସମାଜ ସମ୍ମିଳନୀ Nuapada Bypoll: ନିରଞ୍ଜନ ବିଶିଙ୍କୁ ଆମେରିକା ଯାତ୍ରାରୁ ରୋକିଲା ବିଜେଡି