ଆଜି ହେଉଛି ପବିତ୍ର ‘ଛଟ୍ ପୂଜା’ର ଅନ୍ତିମ ଦିବସ । ଏଥିପାଇଁ ଚାରିଆଡ଼େ ସବୁଠି ଉତ୍ସବ ମୁଖର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ପତ୍ନୀଙ୍କ ସହିତ ଭୁବନେଶ୍ୱରରେ ଆୟୋଜିତ ଛଟ୍ ପୂଜାରେ ସାମିଲ ହୋଇଛନ୍ତି । ମଞ୍ଚେଶ୍ୱର ସ୍ଥିତ ନୂଆ ବାଲିଯାତ୍ରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ପ୍ରିୟଙ୍କା ମାରାଣ୍ଡି ଯୋଗ ଦେଇ ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପର୍ବ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହନ ଦେଉଛି । ଛଟ ପୂଜା ଆମକୁ ଶିଖାଏ ଯେ ଜୀବନର ପ୍ରକୃତ ଆଧାର ହେଉଛି ପ୍ରକୃତି, ଜଳ, ବାୟୁ ଏବଂ ସୂର୍ଯ୍ୟଙ୍କ ଶକ୍ତି। ଏହି ପର୍ବ ମାଧ୍ୟମରେ ଆମେ ପ୍ରକୃତି ଏବଂ ପରିବେଶ ପ୍ରତି ଆମର କୃତଜ୍ଞତା ପ୍ରକାଶ କରୁ। ତେଣୁ, ଆମେ ପ୍ରକୃତିରୁ ପ୍ରେରଣା ପାଇଥାଉ। ଏହା ନେଇ ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, “ଆଜି ପବିତ୍ର ଛଟ୍ ପୂଜା ଅବସରରେ ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ନୂଆ ବାଲିଯାତ୍ରା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲି। ସୂର୍ଯ୍ୟ ଦେବତା ଓ ମା’ ଷଷ୍ଠୀଙ୍କ ପାଖରେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ସୁଖ, ଶାନ୍ତି ଓ ରାଜ୍ୟର ସର୍ବାଙ୍ଗୀନ ସମୃଦ୍ଧି କାମନା କରୁଛି। ସାମାଜିକ ସଦଭାବନାର ଏହି ମହାପର୍ବରେ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ । Post navigation Padmini Dian Hospitalized: ଭୋଜି ଖାଇ ପୂର୍ବତନ ବିଧାୟିକା ପଦ୍ମିନୀ ଦିଆନଙ୍କ ସମେତ ୩ ଗୁରୁତର, ଜଣେ ମୃତ Cyclone Montha: ବାତ୍ୟା ‘ମୋନ୍ଥା’ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ