ବାତ୍ୟା ପାଇଁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ଜିଲ୍ଲା ଗୁଡିକରେ ସ୍କୁଲ ସହ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ୨୮ ଓ ୨୯ ତାରିଖରେ ଛୁଟି ରହିବ ବୋଲି ସୋମବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାତ୍ୟା ପାଇଁ ସରକାରୀ, ବେସରକାରୀ, କେନ୍ଦ୍ରୀୟ, ନବୋଦୟ ସମସ୍ତ ସ୍କୁଲ ଛୁଟି ରହିବ । ପିଲା ନ ଆସିଲେ ବି ଲୋକଙ୍କ ଆଶ୍ରୟ ପାଇଁ ସ୍କୁଲ୍ ଖୋଲା ରହିବ । ସ୍କୁଲ୍ର ଶିକ୍ଷକମାନେ ଏହାର ତଦାରଖ କରିବେ । ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ସ୍କୁଲ ବନ୍ଦ ରହିବ । ଏହା ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । Post navigation Chhath Puja: ନୁଆପଡାରେ ଛଟ ପୂଜାରେ ସାମିଲ ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ Nuapada By-Election: ନୂଆପଡ଼ା ନିର୍ବାଚନୀ ପ୍ରଚାର ମଇଦାନରେ ଓହ୍ଲାଇଲେ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ