ଆଜି ହେଉଛି ସୂର୍ଯ୍ୟ ପୂଜାର ଏକ ନିଆରା ପରମ୍ପରା ପବିତ୍ର ଛଟ ପୂଜା । ସମଗ୍ର ବିଶ୍ଵରେ ଯେଉଁଠି ବି ଉତ୍ତର ଭାରତୀୟ ମାନେ ଥାନ୍ତି ଏହି ପର୍ବ କୁ ବହୁତ ଉତ୍ସାହ ର ସହିତ ପାଳନ କରିଥାନ୍ତି ।ଏହି ମର୍ମ ରେ ଆଜି ଅତି ଆନନ୍ଦ ଉତ୍ସାହ ର ସହିତ ନୂଆପଡା ରେ ମଧ୍ଯ ଛଟ୍ ପୂଜା ପାଳନ ହୋଇଯାଇଛି । ନୂଆପଡ଼ା ସାର୍ବଜନୀନ ଛଟ ପୂଜା କମିଟି କମିଟି ଦ୍ଵାରା ଆୟୋଜିତ ‘ଛଟ୍ ପୂଜା’ ପାଳନ ଉତ୍ସବରେ ଓଡ଼ିଶା ର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ.ମୁକେଶ ମହାଲିଙ୍ଗ, ମାନ୍ୟବର ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ମାନନୀୟା ସାଂସଦ ମାଲବିକା ଦେବୀ, ଯୁବନେତା ଅଭିନନ୍ଦନ ପଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି । ଏହା ସହ ବର୍ତ୍ତମାନ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ନେତା, ମନ୍ତ୍ରୀ, ସାଂସଦ ଙ୍କ ସୁଅ ଛୁଟୁଛି । ନୂଆପଡା ରେ ବିଜେପି ପ୍ରାର୍ଥି ଜୟ ଢୋଲକିଆ ଙ୍କ ନିର୍ବାଚନୀ ପ୍ରଚାର ପାଇଁ ବିଜେପି ନେତା, ମନ୍ତ୍ରୀ, ସାଂସଦ ମଧ୍ଯ ଉପସ୍ଥିତି ରହିଥିଲେ । ଏହି ସମୟରେସ୍ଥାନୀୟ ଜନସାଧାରଣ, ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତି ରେ ବହୁତ ହର୍ଶୋଉଲ୍ଲାସ ରେ ସୂର୍ଯ୍ୟ ନାରାୟଣ ଙ୍କ ପୂଜାର୍ଚ୍ଚନା ହୋଇଥିଲା । ସମସ୍ତେ ଏକତ୍ରିତ ହୋଇ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଛଟ୍ ପର୍ବ ପାଳନ କରି ସମସ୍ତଙ୍କ ସୁଖ, ସମୃଦ୍ଧି ଉନ୍ନତି, ପ୍ରଗତି ପାଇଁ ପ୍ରାର୍ଥନା କରିଛନ୍ତି । Post navigation Nuapada Bypoll: ନୂଆପଡ଼ାରେ ବିଜେପିର ମାରାଥନ୍ ପ୍ରଚାର Cyclone Montha: ବାତ୍ୟା ପାଇଁ ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ୨ ଦିନ ସ୍କୁଲ୍ ଛୁଟି ଘୋଷଣା