ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଜେଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଗିରଫ ହୋଇଛନ୍ତି । ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ବିକ୍ରମଙ୍କୁ ଫସାଇ ଦିଆଯାଇଥିବା ଓ ଏଥିପାଇଁ ସରକାର ଓ ପୋଲିସ ଷଡ଼ଯନ୍ତ୍ର କରିଥିବା ବିଜେଡି ଅଭିଯୋଗ ଆଣିଛି । ବିକ୍ରମଙ୍କ ବିରୋଧରେ ପୋଲିସ ପାଖରେ କୌଣସି ଠୋସ ପ୍ରମାଣ ନଥିବାବେଳେ ନୂଆପଡ଼ା ଉପନିର୍ବାଚନ ପ୍ରଭାବିତ କରିବାକୁ ଏଭଳି ଚକ୍ରାନ୍ତ ହୋଇଥିବା ବିଜେଡି କହିଛି । ଅନ୍ୟପଟେ ବିଜେପି ତା’ର ପ୍ରତିକ୍ରିୟାରେ କହିଛି, ବିଜେଡି ତରବରିଆ ଭାବେ ସାମ୍ବାଦିକ ସମ୍ମିଳନୀ କରି ନିଜର ଅପାରଗତାର ପରିଚୟ ଦେଇଛି । ତେବେ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଦଳ କାହିଁକି ସୁରକ୍ଷା ଦେଉଛି ? ଏହା ପଛରେ କଣ ରହସ୍ୟ ରହିଛି ? ବିଜେଡିରେ ଏଭଳି ଘଟଣା ନୂଆ ନୁହେଁ । ମାସେ ତଳେ ୭ କୋଟି ଟଙ୍କାର ଜମି ଠକେଇ ମାମଲାରେ ଇଓଡବ୍ଲ୍ୟୁ ବିଜେଡି ନେତା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଥିଲା । ଏହା ବିରୋଧରେ ମଧ୍ୟ ଦଳର ମୁଖିଆ କି ବରିଷ୍ଠ ନେତା କୌଣସି ପ୍ରତିକ୍ରିୟା ରଖିନଥିଲେ । ଏପରିକି ଦିଲ୍ଲୀପ ନାୟକଙ୍କୁ ମଧ୍ୟ ଦଳରୁ ବହିଷ୍କୃତ କରାଯାଇ ନଥିଲା । ପରିସ୍ଥିତି ଏତେ ଖରାପ ହୋଇଥିଲେ ମଧ୍ୟ ଦଳ କାହିଁକି ଦୁର୍ନୀତିଖୋର ଓ ହତ୍ୟା ଅଭିଯୁକ୍ତଙ୍କୁ ପ୍ରଶ୍ରୟ ଦେଉଛି, ତାହା ସନ୍ଦେହଘେରରେ । ଦଳୀୟ କନ୍ଦଳ ବିଜେଡି ପତନର ମୁଖ୍ୟ କାରଣ ହୋଇଛି । ଦଳ ମଧ୍ୟରେ ସୁପରିଚାଳନା ଓ ତାଳମେଳ ଠିକ ରହୁନି । ଅନ୍ୟପକ୍ଷରେ ଗୁଣ୍ଡା ବଦମାସଙ୍କୁ ବିଜେଡି ଘଣ୍ଟା ଘୋଡ଼ାଉଥିବା ଯୋଗୁଁ ଦଳୀୟ କର୍ମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ତେବେ ବିକ୍ରମ ପଣ୍ଡାଙ୍କ ପାଇଁ ଦଳ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା । Post navigation Nitin Gadkari to Visit Odisha: ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି Pitabas Panda Murder: ପୀତବାସ ପଣ୍ଡା ହତ୍ୟା ମାମଲା; ଆତ୍ମସମର୍ପଣ କଲା ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା