why-is-odisha-prone-to-low-pressure

ଓଡ଼ିଶାର ପିଛା ଛାଡ଼ୁନି ଲଘୁଚାପ । ଅକ୍ଟୋବରରେ ଅଧିକ ଲଘୁଚାପ ହୋଇଛି । ଏସବୁ ଭିତରେ ଆଜି ପୁନଶ୍ଚ ଲଘୁଚାପ ସୃଷ୍ଟି ହୋଇଛି, ଆସନ୍ତାକାଲି ଅବପାତର ରୂପ ନେଇପାରେ । ଆଜି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ଆସନ୍ତାକାଲି ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଯାହାଫଳରେ ରାଜ୍ୟରେ ଆଗାମୀ ୫-୭ ଦିନ ବର୍ଷା ଲାଗି ରହିବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନା ବାତ୍ୟା ଆଶଙ୍କାକୁ ବଳ ଯୋଗାଉଛି ।

ଆମେରିକା GFS ମଡେଲର ସାଇଟେଲାଇଟ୍ ଚିତ୍ର କହୁଛି, ଚଳିତମାସରେ ଦୁଇ ଦୁଇଟି ବାତ୍ୟା ସୃଷ୍ଟି ହୋଇପାରେ । ଏଯାଏଁ ବାତ୍ୟା ନେଇ କୌଣସି ପୂର୍ବାନୁମାନ ହୋଇନ ଥିବା ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ବର୍ତ୍ତମାନ ସୁଦ୍ଧା କେବଳ ଲଘୁଚାପ ଓ ଅବପାତ ଆକଳନ କରାଯାଇଛି । ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଆଡକୁ ଗତି କରିବା ସମ୍ଭାବନା ରହିଛି । ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ। ସମ୍ଭାବ୍ୟ ଲଘୁଚାପ ଓ ଅବପାତ ପ୍ରଭାବରେ ୨୧ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରିଆସିବା ଆବଶ୍ୟକ ।

ତେବେ ସବୁବେଳେ ୨୬ ବର୍ଷ ତଳର ଘଟଣା ପୁଣି ତାଜା ହୋଇଛି ଏଇ ଅକ୍ଟୋବର ମାସରେ । ଏ ବର୍ଷର ଅକ୍ଟୋବର ଅଶୁଭ ହୋଇପାରେ । ଅକ୍ଟୋବର ଆସିଲେ ଛାତି ଥରି ଉଠେ । କାନରେ ଗୁଞ୍ଜରିତ ହୁଏ ସୁ ସୁ ପବନର ଶବ୍ଦ । ଏସବୁ ମଧ୍ୟରେ ପ୍ରକୃତିରୁ ଏକ ଶିକ୍ଷା ଯାହା ମାନବଜାତି ଏପର୍ଯ୍ୟନ୍ତ ଶିଖିପାରୁନି ତାହା ହେଉଛି ଯେ ପ୍ରକୃତିର କରାଳ ରୂପ ମାନବ ନିୟନ୍ତ୍ରଣ ବାହାରେ ବିପଦ ସୃଷ୍ଟି କରେ ।

୧୯୭୧ ରୁ ୨୦୨୪ ମଧ୍ୟରେ ଓଡ଼ିଶା ଉପକୂଳରେ ଆସିଥିବା ପ୍ରମୁଖ ଘୂର୍ଣ୍ଣିଝଡ଼ ମଧ୍ୟରେ ୧୯୭୧ର ବିନାଶକାରୀ ଘୂର୍ଣ୍ଣିଝଡ଼ (ଯାହା ୧୧,୦୦୦ ଲୋକଙ୍କ ଜୀବନ ନେଇଥିଲା), ୧୯୯୯ର ସୁପରସାଇକ୍ଲୋନ୍ ଯାହା ୧୦,୦୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା । ସେହିପରି ୨୦୧୩ର ଫାଇଲିନ, ୨୦୧୪୪ ହୁଡହୁଡ, ୮ ଅକ୍ଟୋବର ୨୦୧୮ର ତିତଲି, ୨୦୧୯ର ଫନି ଏବଂ ୨୦୨୧ର ୟାସ୍ ଅନ୍ତର୍ଭୁକ୍ତ । ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ମଧ୍ୟରେ ଘୂର୍ଣ୍ଣିଝଡ଼ ଜୱାଦ, ଗୁଲାବ, ରେମାଲ ଏବଂ ଦାନା ଅନ୍ତର୍ଭୁକ୍ତ ଯାହା ସବୁ ଉପକୂଳକୁ ପ୍ରଭାବିତ କରିଥିଲା । ଅକ୍ଟୋବର ଏବଂ ନଭେମ୍ବରରେ ଯଥାକ୍ରମେ ମାଟମୋ ଏବଂ ବୁଲବୁଲ । ଅଧିକାଂଶ ବାତ୍ୟା ଅକ୍ଟୋବର ମାସରେ ହିଁ ହୋଇଛି ।

By Nirvay

Leave a Reply

Your email address will not be published. Required fields are marked *