ଜଗତସିଂହପୁରରେ ବିଜୁ ଜନତା ଦଳର କର୍ମୀ ରଶ୍ମି ପରିଜାଙ୍କ ହୋଇଥିବା ସଂଘବଦ୍ଧ ମରଣାନ୍ତକ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ନିଜ ସୋସିଆଲରେ ଏହାକୁ ଦୃଢ଼ ନିନ୍ଦା କରି କହିଛନ୍ତି ମହିଳାଙ୍କ ଉପରେ ବଢ଼ୁଥିବା ଏପରି ଘଟଣା କଦାପି ଗ୍ରହଣୀୟ ନୁହେଁ।ଶାନ୍ତିପ୍ରିୟ ଓଡ଼ିଶାରେ ଅଶାନ୍ତିର ଏ ବାତାବରଣ ଜନମାନସକୁ ଆତଙ୍କିତ କରୁଛି। ଅସାମାଜିକ ବ୍ୟକ୍ତି ଅପରାଧ ଘଟାଇବାକୁ ଭୟ କରୁନାହାନ୍ତି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଏହା ସହ ନବୀନ ଆଉ ମଧ୍ୟ କହିଛନ୍ତି ସରକାର ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇନ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଜାୟ ରଖନ୍ତୁ। ଅନ୍ୟପଟେ ରାଜ୍ୟରେ ମହିଳାଙ୍କ ଉପରେ ବଢ଼ିଚାଲିଥିବା ହିଂସାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେଡି ସାମ୍ୱାଦିକ କରି ଟାର୍ଗେଟ କରିଛି । ବିଜେଡି ଅଭିଯୋଗ କରିଛି ଯେ ସରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି । ଦିନକୁ ଦିନ ରାଜ୍ୟରେ ମହିଳାଙ୍କ ଉପରେ ବଢ଼ିଚାଲିଛି ହିଂସା । ସାମାଜିକ କର୍ମୀ ସାମାଜିକକର୍ମୀ ରଶ୍ମୀ ପରିଜାଙ୍କ ଉପରେ ହୋଇଛି ଆକ୍ରମଣ । ଜୀବନରୁ ମାରି ଦେବାକୁ ହୋଇଛି ଆକ୍ରମଣ । ସୋସିଆଲ ମିଡିଆରେ ସରକାରଙ୍କୁ ସମାଲୋଚନା କରିବାରୁ ପ୍ରତିବାଦ କରିବାରୁ ଆକ୍ରମଣ କରାଯାଇଥିବା ଅଭିଯୋଗ ଆଣିଛି ବିଜେଡ଼ି । ବିଜେଡି ଆଉ ମଧ୍ୟ କହିଛି ବିଜେପି ନେତାଙ୍କୁ ସମାଲୋଚନା କରିଥିବାରୁ ତାଙ୍କୁ ହେଉଛି ଆକ୍ରମଣ । ଦୀପାବଳି ରାତିରେ ଘରେ ପଶି ହୋଇଛି ମରଣାନ୍ତକ ଆକ୍ରମଣ କରାଯାଇଛି। କିନ୍ତୁ ଏହାକୁ ନେଇ ପୋଲିସ ପାଖରେ ଏତଲା ଦେଲେ ସେମାନେ ଅଭିଯୋଗ ରଖୁନାହାନ୍ତି । ବୁଝାସୁଝା କରି ପୋଲିସ ପଠାଇ ଦେଇଛି । ସାମାଜିକ କର୍ମୀ ରଶ୍ମୀ ପରିଜାଙ୍କୁ ଜଣେ ବିଧାୟକଙ୍କ ସମର୍ଥକ ଆକ୍ରମଣ କରିଛନ୍ତି । ଜଗତସିଂହପୁର ବିଧାୟକଙ୍କ ସମର୍ଥକ ଆକ୍ରମଣ କରିଛନ୍ତି । Post navigation Odisha Weather Update: ଓଡ଼ିଶାକୁ କାହିଁକି ଛାଡ଼ୁନି ଲଘୁଚାପ ବିପଦ Cyclone Buzz: ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପଜନିତ ବର୍ଷା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ସୁରେଶ ପୂଜାରୀ