ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍‌ ଫୋନ୍ । ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖାଯାଇଛି। ପ୍ରତିହାରୀ ନିଯୋଗ ସମ୍ମୁଖରେ ଫଟୋ ଉଠାଇ ଧରାପଡ଼ିଛନ୍ତି ଗୁମାସ୍ତା।ଗୁମାସ୍ତା ଫୋନ୍‌ରେ ଯାତ୍ରୀଙ୍କ ଫଟୋ ଉଠାଇଥିବା ସୂଚନା ମିଳିଛି। ବର୍ତ୍ତମାନ ଯାଏଁ ଗୁମାସ୍ତାଙ୍କ ପରିଚୟ ମିଳିପାରିନାହିଁ । ସିଂହଦ୍ୱାର ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।

ସୂଚନା ଯୋଗ୍ୟ; ଆଜି ସକାଳୁ ଶ୍ରୀମନ୍ଦିର ଭିତରେ ଜ‌ଣେ ଗୁମାସ୍ତା ଯାତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ଏହି ସମୟରେ ପ୍ରତିହାରୀ ନିଯୋଗ ନିକଟରେ ନେଇ ଯାତ୍ରୀଙ୍କ ଫଟୋ ଉଠାଉଥିଲେ ଗୁମାସ୍ତା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସଂପୃକ୍ତ ଗୁମାସ୍ତାଙ୍କୁ ଧରିବା ପରେ ସିଂହଦ୍ବାର ଥାନାରେ ଅଟକ ରଖିଛନ୍ତି। ତେବେ କେଉଁ ପରିସ୍ଥିତିରେ ମନ୍ଦିର ଭିତରେ ଯାତ୍ରୀ ଫଟୋ ଉଠାଉଥିଲେ ତାହାକୁ ନେଇ ପଚରାଉଚରା କରୁଛି ପୋଲିସ।

Leave a Reply

Your email address will not be published. Required fields are marked *