ନୂଆପଡ଼ା ଉପନିର୍ବାଚନରେ ଅପରାଧିକ ତଥ୍ୟ ପ୍ରକାଶ ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦେଶ । ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କର ଅପରାଧିକ (କ୍ରିମିନାଲ) ତଥ୍ୟ ପ୍ରକାଶ ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ କ୍ରମେ ଏହି ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ଅଟେ। ୪୮ ଘଣ୍ଟା ମଧ୍ୟରେ ତଥ୍ୟ ପରିପ୍ରକାଶ କରିବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି । ମୁଦ୍ରିତ ଗଣମାଧ୍ୟମ, ନିଜ ଅଫିସିଆଲ ସୋସିଆଲ ମିଡିଆରେ ତଥ୍ୟ ହେବେ । ୱେବସାଇଟ ମାଧ୍ୟମରେ ବି ଅପରାଧିକ ତଥ୍ୟ ଦେଇପାରିବେ ପ୍ରାର୍ଥୀ ।

ଏ ସମ୍ବନ୍ଧରେ ଅଧିକ ସୂଚନା ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଓ ଭାରତ ନିର୍ବାଚନ ଆୟୋଗଙ୍କ ୱେବସାଇଟ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ହାଣ୍ଡେଲରୁ ପାଇପାରିବେ। କେବଳ ନୂଆପଡ଼ା ନୁହେଁ ୭ଟି ରାଜ୍ୟର ଉପ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ଲାଗି ଏହି ନିର୍ଦ୍ଦେଶ ଜାରି ହୋଇଛି।

ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୭୨ ଘଣ୍ଟା ମଧ୍ୟରେ ଫର୍ମ ୮ ସି କୁ ସିଧାସଳଖ ଭାରତ ନିର୍ବାଚନ ଆୟୋଗଙ୍କ ପାଖକୁ ପ୍ରେରଣ କରିବେ। ନାମାଙ୍କନର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୫ ସୁଦ୍ଧା ଫର୍ମାଟ-ସିଏ କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୫ ସୁଦ୍ଧା ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଫର୍ମ ୭ ଏ କୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ଉପରୋକ୍ତ ସମସ୍ତ ଦସ୍ତାବିଜ୍‌ [email protected] ଜରିଆରେ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ।

Leave a Reply

Your email address will not be published. Required fields are marked *