ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାକୁ ନେଇ ବଡ଼ ଖୁଲାସା କରିଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଜି। ସେ କହିଛନ୍ତି ଏହି ମାମଲାରେ ମୋଷ୍ଟ ୱାଣ୍ଟେଡ୍ ଦଲାଲ୍ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ । ସୁକାନ୍ତ ମହାରଣା, ସୌମ୍ୟା ପିୟଦର୍ଶିନୀ ଓ ଅଭିମନ୍ୟୁ ଦୋରା ଗିରଫ ହୋଇଛନ୍ତି। ଅଭିଯୁକ୍ତମାନଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲା ଦଶପଲ୍ଲାର ଅଭିମନ୍ୟୁ ଦୋରା । ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲେ । ସହଯୋଗୀ ଭାବେ କାମ କରି ପ୍ରମାଣ ନଷ୍ଟ କରୁଥିଲା ସୌମ୍ୟା ପ୍ରିୟଦର୍ଶିନୀ। ଗିରଫଦାରୀ ସଂଖ୍ୟା ୧୨୧କୁ ବୃଦ୍ଧି ହୋଇଛି । ସେ ଆଉ ମଧ୍ୟ କହିଛନ୍ତି ଦୀଘା ଓ ହାଇଦ୍ରାବାଦରେ ମଡ୍ୟୁଲର ହେଉଥିଲା ସମସ୍ତ ସ୍କାମ୍ ପ୍ଲାନ୍ । ହାଇଦ୍ରାବାଦ ପରେ ଦୀଘା ମଡ୍ୟୁଲ ପାଇଁ ଯାଇଥାନ୍ତେ ପରୀକ୍ଷାର୍ଥୀ । ୧୧୦ ପରୀକ୍ଷାର୍ଥୀଙ୍କ ପାଇଁ ଦୀଘାରେ ରୁମ୍ ବୁକ୍ ହୋଇଥିଲା । ଦୀଘା ମଡ୍ୟୁଲର ନେତୃତ୍ୱ ନେଇଥିଲା ପୂର୍ବରୁ ଗିରଫ ଅରବିନ୍ଦ ଦାସ । ଅରବିନ୍ଦ ଦାସଙ୍କ ଘର ବାଲେଶ୍ୱର ଓ ସୌମ୍ୟା ଘର ଢେଙ୍କାନାଳ । ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। କେଳେଙ୍କାରୀର ମୁଖ୍ୟ ଶଙ୍କର ପୃଷ୍ଟିକୁ ରିପୋର୍ଟ କରୁଥିଲା ମୁନା ମହାନ୍ତି । ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ । କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା ମୁତାବକ, ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ଡିଆଇଜି ଗଙ୍ଗାଧରଙ୍କ ନେତୃତ୍ୱରେ ବିଭିନ୍ନ ଟିମ୍ ଗଠନ କରାଯାଇଛି । ବିଭିନ୍ନ ସ୍ଥାନରେ ଚଢ଼ଉ ଏବଂ ଛାନଭିନ ପରେ ଆଜି ସକାଳେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି । କଟକ ଜିଲ୍ଲା କଳାପଥର ଅଞ୍ଚଳର ମୁନା ମହାନ୍ତି ନୟାଗଡ଼ ଦଶପଲ୍ଲା ଅଞ୍ଚଳରୁ ଗିରଫ ହୋଇଛି । ମୁନା ତୁଳସୀ ଟ୍ରାଭେଲ୍ ଏଜେନ୍ସିରୁ ବସ୍ ବୁକ୍ କରିଥିଲା । ପେମେଣ୍ଟ ପାଇଁ ମାଙ୍କ ଆକାଉଣ୍ଟକୁ ବ୍ୟବହାର କରିଥିଲା । ତୁଳସୀ ଟ୍ରାଭେଲକୁ ମାଙ୍କ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ପେମେଣ୍ଟ ଦେଇଥିଲା । ଉକ୍ତ ବସରେ ୧୧୪ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ର ପ୍ରଦେଶ ନିଆଯାଇଥିଲା । ମାମଲା ସାମ୍ନାକୁ ଆସିବା ପରେ ମୁନା ଫେରାର ଥିଲା । ମୁନାକୁ ଅଭିମନ୍ୟୁ ଦୋଳା ସୁରକ୍ଷା ପ୍ରଦାନ କରୁଥିଲା । ଏହା ସହିତ ମୁନାର ଗୋଟିଏ ସ୍କର୍ପିଓ ଗାଡ଼ି, ୨ଟି ହାଇୱା ଜବତ ହୋଇଛି । ଏହା ସହ କାହା ପାଖରେ କିଛି ସୂଚନା ଥିଲେ ଜଣାଇବାକୁ କ୍ରାଇମ୍ବ୍ରାଞ୍ଚ ଡିଜିଙ୍କ ଅପିଲ୍। ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ କହିଲେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । Post navigation maoist: ମାଓବାଦୀଙ୍କୁ ଧରାନ୍ତୁ କୋଟିପତି ହୁଅନ୍ତୁ: ପୁରସ୍କାର ପୋଷ୍ଟର ଜାରି କଲା ପୋଲିସ୍ +2 Exam: ଫେବ୍ରୁଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା