ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ ଚାଲିଛି। ବିଜେଡି ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ୩ ଆଶାୟୀଙ୍କୁ ନବୀନ ନିବାସ ଡକରା ହୋଇଛି । ସିଧାସଳଖ ନବୀନଙ୍କୁ ଭେଟି ଆଲୋଚନା କରିବେ ୩ ଆଶାୟୀ ମନୋଜ ମିଶ୍ର, ଭାନୁପ୍ରତାପ ସିଂ ମାଝୀ,ଅବନୀ ଯୋଶୀ। ଏହା ପୂର୍ବରୁ ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବହୁ ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ ଛୁରିଆଁ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ଏହା ସହ ନୂଆପଡା ପାଇଁ ଟିକେଟ୍ ଆଶାୟୀ ମନୋଜ ମିଶ୍ର ଉପସ୍ଥିତ ଥିବା ଜଣାପଡିଛି। ସମସ୍ତଙ୍କ ସହ ଆଲୋଚନା ପରେ ଚୁଡ଼ାନ୍ତ ପ୍ରାର୍ଥୀ ନେଇ ଘୋଷଣା ହେବ ବୋଲି ଜଣାପଡିଛି । ତେବେ ଦଳ କାହା ନାଁକୁ ଚୂଡ଼ାନ୍ତ କରୁଛି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । ଅନ୍ୟପଟେ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି କଂଗ୍ରେସ ଓ ବିଜେପି। ଆଜି ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କ ନାମରେ ମୋହର ମାରିଛି । ସେହିପରି କଂଗ୍ରସେ ଘାସିରାମ ମାଝୀଙ୍କୁ ମଇଦାନକୁ ଓହ୍ଲାଇଛି । ସେହିପରି ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା ପରେ ବିଜେଡି ବର୍ତ୍ତମାନ କଂଗ୍ରେସ ପ୍ରାର୍ଥୀ ଘସିରାମ ମାଝୀଙ୍କୁ କାଉଣ୍ଟର କରି ବିଜେଡି ଆଦିବାସୀ କଲ୍ୟାଣ ସଂଗଠନର ସଭାପତି ଭାନୁପ୍ରତାପ ସିଂ ମାଝୀଙ୍କ ନାମକୁ ନୁଆପଡା ଉପନିର୍ବାଚରେ ବିଜେଡି ପ୍ରାର୍ଥୀ ଭାବରେ ବିଚାର କରୁଥିବା ଜଣାପଡିଛି। Post navigation BJP Candidate Jay Dholakia: ନୂଆପଡ଼ା ଉପନିର୍ବାଚନ; ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କଲା ବିଜେପି Former Bonai MLA Passes Away: ବଣାଇର ପୂର୍ବତନ ବିଧାୟକ ହେମେନ୍ଦ୍ର ପ୍ରସାଦ ମହାପାତ୍ରଙ୍କ ପରଲୋକ