ଇକେୱାଇସି କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ଯେଉଁମାନେ ଇକେୱାଇସି କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବ ନାହିଁ । ଏ ନେଇ ଆଜି ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଏବେବି ରାଜ୍ୟର ୧୫ ଲକ୍ଷ ୬୭ ହଜାର ଇକେୱାଇସି କରିନାହାନ୍ତି । ଇକେୱାଇସି କରିନଥିବା ଲୋକ ଚାଉଳ ପାଉଛନ୍ତି । ତେଣୁ ଇକେୱାଇସି କରିନଥିବା ଲୋକଙ୍କୁ ଚାଉଳ ଯିବ ନାହିଁ । ଆସନ୍ତା ମାସରୁ ବନ୍ଦ ହେବ ୧୫ ଲକ୍ଷ ୬୭ ହଜାର ଲୋକଙ୍କ ଚାଉଳ । ଇକେୱାଇସି ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି କେନ୍ଦ୍ର ସରକାର । ଯୋଗାଣ ମନ୍ତ୍ରୀଙ୍କ ସୂଚନା । ଲିଖୂତ ଭାବେ ଆବେଦନ କଲେ, କରାଯିବ ବିଚାର । ସୂଚନା ଯୋଗ୍ୟ; ରାସନ କାର୍ଡର ସୁବିଧା ପାଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସୁବିଧାରୁ ବାଦ୍ ଦେବା ପାଇଁ ସରକାରଙ୍କ ପକ୍ଷରୁ ଇକେୱାଇସି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି ପ୍ରକ୍ରିୟା ମାଧ୍ୟମରେ ୨୦ ଲକ୍ଷ ହିତାଧିକାରୀ ବାଦ୍ ପଡିପାରନ୍ତି ବୋଲି ପୂର୍ବରୁ ସୂଚନା ମିଳିଥିଲା । ରାସନ କାର୍ଡରେ ଥିବା କିମ୍ବା ପରିବାର ସମସ୍ତ ସଦସ୍ୟଙ୍କ ଆଉ ଥରେ କେଓ୍ୱାଇସି କରିବା ବାଧ୍ୟତାମୂଳକ ଥିଲା । ହେଲେ ଧାର୍ଯ୍ୟ ତାରିଖ ବିତିଯାଇଥିଲେ ମଧ୍ୟ ସଂପୂର୍ଣ୍ଣ ହୋଇପାରି ନ ଥିଲା ଇକେୱାଇସି। ତେଣୁ ସରକାରଙ୍କ ପରାମର୍ଶକୁ ଅଣଦେଖା କଲେ ଆଗାମୀ ଦିନରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ରାସନ କାର୍ଡ କାଟିଦିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । Post navigation ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ୍ ଫୋନ୍; ବ୍ୟବହାର ହେବ ୱାକିଟକି: ଗିରୀଶ ଚନ୍ଦ୍ର ମୁର୍ମୁ ଦୀପାବଳି ପୂର୍ବରୁ ଜାରି ହେଲା ଗାଇଡଲାଇନ; ସନ୍ଧ୍ୟା ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି