ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ରୋଡ ଶୋରେ ଯାଇ ଅମଲିପାଲିରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାସ୍ତାରେ ଶହ ଶହ ଲୋକେ ପ୍ରଧାନମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ କରିଥିଲେ । ଲୋକଙ୍କ ଉତ୍ସାହ ଦେଖି ମୋଦି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି ଓ କେନ୍ଦ୍ରମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମା’ ସମଲେଇଙ୍କ ଫଟୋ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଏବଂ ଆଇଆଇଟି ଛାତ୍ରୀ ବର୍ଷା ମୁଣ୍ଡା ଓ କମଳା କୁଜୁର ପଶାପାଲି ଓ ତାରକସିର ନିର୍ମିତ ସ୍ମୁତି ଚିହ୍ନ ଭେଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ମାଝୀ କହିଛନ୍ତି ଯେ, ମା’ ପାଇଁ ଗଛଟିଏ ଆହ୍ୱାନରେ ଓଡ଼ିଶାବାସୀ ସାମିଲ ହୋଇଛନ୍ତି । ୭୫ ଲକ୍ଷ ଗଛ ଲଗାଇବା ଲକ୍ଷ୍ୟ ଥିବାବେଳେ ଦିନକରେ ଦେଢ଼ କୋଟି ଗଛ ଲଗାଯାଇଛି । ସେହିଭଳି ଜିଏସଟି ସଂସ୍କାର ଓଡ଼ିଶା ପାଇଁ ପୂଜା ଭେଟି ସଦୃଶ ହୋଇଛି ୨୦୪୫ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ଆହ୍ୱାନ ରେ ଓଡିଶା ସାମିଲ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । Post navigation ଆଜି ସ୍ୱତନ୍ତ୍ର ଓଟିଇଟି; ୭୫ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ଦେଉଛନ୍ତି ପରୀକ୍ଷା ଝାରସୁଗୁଡ଼ାରେ ୬୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି