ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ । ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ରାଜସ୍ବ ବିଭାଗ ଅତିରିକ୍ତ ସଚିବ । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ ଅବଗତ କରାଯାଇଛି ଯେ ୩ ବର୍ଷରୁ ଅଧିକ ସମୟ ଗୋଟିଏ କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କ ତୁରନ୍ତ ତାଲିକା କରି ୧୫ ଦିନ ଭିତରେ ପଦକ୍ଷେପ ନିଆଯାଉ। ଏ ସର୍ମ୍ପକରେ କଣ ପଦକ୍ଷେପ ନିଆଗଲା ତାହା ବିଭାଗକୁ ୧୫ ଦିନ ମଧ୍ୟରେ ଅବଗତ କରାଇବାକୁ ମଧ୍ୟ ଚିଠିରେ ଉଲ୍ଲେଖ ରହିଛି। ବଦଳି ନିୟମ ପାଳନ ହେଉନଥିବାରୁ ଉଦ୍ବେଗ ପ୍ରକାଶ କରିଛି ରାଜସ୍ୱ ବିଭାଗ । ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି ୩ ବର୍ଷ ପରେ ବଦଳି ପାଇଁ ନିୟମ ଥିଲେ ବି ପାଳନ ହେଉନାହିଁ ।ଅନେକ କର୍ମଚାରୀ ସମାନ କାର୍ଯ୍ୟାଳୟ ଓ ସମାନ ପୋଷ୍ଟରେ କାମ କରୁଛନ୍ତି । ଯାହା ଦୁର୍ନୀତି ଓ ସରକାରୀ କାର୍ଯ୍ୟରେ ଅବହେଳା ବୃଦ୍ଧିର ମୁଖ୍ୟ କାରଣ । ତେଣୁ ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଉ । Post navigation ୨ ବର୍ଷରେ KISSକୁ ୩୪ କୋଟି ୭୩ ଲକ୍ଷ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର: ନିତ୍ୟାନନ୍ଦ ଗଣ୍ଡ ବସ୍ତାଏ ସାର ପାଇଁ ନାକେଦମ୍ ଚାଷୀ; ଗାଁ ଦାଣ୍ଡରେ ଆଧାର କାର୍ଡ, ବ୍ୟାଗ୍ ଓ ଚପଲ ଧାଡି