ରେଡ୍ ଫ୍ଲାଗ୍ ହେଲା ବହୁ ଚର୍ଚ୍ଚିତ ଲେଡି କନଷ୍ଟେବଳ ଶୁଭମିତ୍ରା ସାହୁ ହତ୍ୟାକାଣ୍ଡ । ଅଭିଯୁକ୍ତଙ୍କ ପ୍ରଥମ ସ୍ତ୍ରୀର ମୃତ୍ୟୁ ଓ ଶୁଭମିତ୍ରା ମର୍ଡର କେସ୍ ହେଲା ରେଡ୍ ଫ୍ଲାଗ୍। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ତଦନ୍ତ । କମିଶନରେଟ୍ ପୋଲିସକୁ ତଦନ୍ତରେ ସହାୟତା କରିବ କ୍ରାଇମବ୍ରାଞ୍ଚ । ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ଦୁଇଟି ମାମଲାକୁ ଅନୁଧ୍ୟାନ କରିବ । ମାମଲା ହେବାର ୬୦ ଦିନ ମଧ୍ୟରେ କେସର ଚାର୍ଜସିଟ୍ ଦାଖଲ କରାଯିବ । କ୍ୟାପିଟାଲ୍ ଓ ଖୁଣ୍ଟୁଣୀ ପୋଲିସ୍ ତଥ୍ୟ ଆଧାରରେ ହେବ ଖୋଳତାଡ଼ । ଏବେ ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ପାଇଁ ବଢିଲା ଅଡୁଆ । ସଗତ ସେପ୍ଟେମ୍ବର ୬ ତାରିଖରେ କନଷ୍ଟେବଳ ଶୁଭମିତ୍ରା ସାହୁ ନିଖୋଜ ହୋଇଥିଲେ । ପରେ ଗତ ୧୭ ତାରିଖ ବୁଧବାର ଶୁଭମିତ୍ରାଙ୍କ ପୁରୁଷ ବନ୍ଧୁ ଦୀପକ ରାଉତ ହତ୍ୟା କରିଥିବା ସ୍ୱୀକାର କରିଥିଲା ଏବଂ ସେହିଦିନ କେନ୍ଦୁଝରରୁ ଶୁଭମିତ୍ରାଙ୍କ ଗଳିତ ମୃତ ଦେହ ମିଳିଥିଲା । ୨୦ ଲକ୍ଷ ଟଙ୍କା ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଥିଲା । ପରବର୍ତ୍ତୀ ସମୟରେ ଦୀପକଙ୍କ ପ୍ରଥମ ଗର୍ଭବତୀ ପତ୍ନୀ ଅପୂର୍ଣ୍ଣାଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଅପର୍ଣ୍ଣା ପରିବାର ଲୋକେ ବର୍ତ୍ତମାନ ହତ୍ୟା ଅଭିଯୋଗ ଆଣିଛନ୍ତି । ୨୦୨୨ରେ ଅପର୍ଣ୍ଣାଙ୍କର ଖୁଣ୍ଟୁଣି ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ପରିବାର ଦୀପକ କହିଥିଲା । ଅପର୍ଣ୍ଣାଙ୍କ ପରିବାର ସେତେବେଳେ ଦୀପକର କଥାକୁ ସହଜରେ ବିଶ୍ୱାସ କରିନେଇଥିଲେ । କିନ୍ତୁ ଏବେ ସେହି ଘଟଣାକୁ ତର୍ଜମା କଲେ ତାହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଅଭିଯୋଗ କରିଛି । କୋଟିଏ ଟଙ୍କାର ବୀମା ରାଶି ପାଇଁ ଅପୂର୍ଣ୍ଣାଙ୍କ ହତ୍ୟା କରାଯାଇଥିବା ପରିବାର ଅଭିଯୋଗ ଆଣିଛନ୍ତି । Post navigation ଭିଜିଲାନ୍ସ ଜାଲରେ କାଶୀପୁର ରେଞ୍ଜର୍ ରାଜ୍ୟରେ ସାର ସଙ୍କଟ ନେଇ ବିରୋଧୀଙ୍କ ହୋହଲ୍ଲା; ଅପରାହ୍ନ ୪ଟା ଯାଏ ମୁଲତବୀ