ଭୁବନେଶ୍ବରରେ ଆମ ବସ୍‌ କଣ୍ଡକ୍ଟରଙ୍କ ଦାଦାଗିରି । ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଚାପୁଡ଼ା ମାରିଲେ ‘ଆମ ବସ୍‌’ କଣ୍ଡକ୍ଟର । ବସ୍‌ ଭିତରୁ ବାହାରି ଆସି ବାହାରେ ଚାପୁଡ଼ା ମାରିଥିବା ଜଣାପଡିଛି । ଏହା ସହ ଯାତ୍ରୀଙ୍କୁ ମାରି ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଚି।  ୟୁନିଟ ୮ ମାର୍କେଟ ପାଖରେ ଥିବା ବସ ଷ୍ଟପ୍‌ରେ OD33AH0166 ନଂ ଥିବା ଆମ ବସ୍‌ କଣ୍ଡକ୍ଟର ଯାତ୍ରୀଙ୍କ ଚାପୁଡ଼ା ମାରିଥିବା ଜଣାପଡିଛି । କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ଼ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି ।

ଯାତ୍ରୀ ଜଣଙ୍କ ବସ୍ କୁ ଚଢିବା ବେଳେ ଯୁକ୍ତିତର୍କ ହୋଇଥିଲା।  ବସ୍ ବାହାରକୁ ବାହାର କରି ଦେବା ସହିତ କଣ୍ଡକ୍ଟର ଜଣଙ୍କ ବାହାରକୁ ଆସି ଶକ୍ତ ଚାପୁଡ଼ା ମାରି ପେଲି ଦେଇଥିଲେ । ରାସ୍ତା କଡରେ ତାର ଜାଲିରେ ପକାଇ ମାରିବାରୁ ବ୍ୟକ୍ତିଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ହସ୍ପିଟାଲକୁ ନେଇଛନ୍ତି ।

Leave a Reply

Your email address will not be published. Required fields are marked *