ଡିଜେ ଗାଡ଼ି ପାଇଁ କଟକଣା ଲଗାଇଲା ରାଜ୍ୟ ପରିବହନ ପ୍ରାଧିକରଣ(STA) । ବିନା ଅନୁମତିରେ ଡିଜେ ଗାଡ଼ିର ଢାଞ୍ଚା ପରିବର୍ତ୍ତନ ଉପରେ ଏସଟିଏ କଟକଣା ଲଗାଇଛି । ମୂଳଢାଞ୍ଚାକୁ ବେଆଇନ ପରିବର୍ତ୍ତନ ବିରୋଧରେ ସର୍କୁଲାର ଜାରି ହୋଇଛି ।ନିର୍ଦ୍ଧାରିତ ଆକାର, ଶବ୍ଦ ଏବଂ ଅତି ଉଜ୍ଜ୍ୱଳ ଆଲୋକକୁ ବଦଳାଇଲେ ଆର୍ଥିକ ତଣ୍ଡ ଗଣିବା ସହିତ ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ କରାଯିବ । ଗାଡ଼ିର ମୂଳ ଢାଞ୍ଚାରେ ପରିବର୍ତ୍ତନ ଓ ନିୟମ ଉଲ୍ଲଙ୍ଘନ କଲେ ହେବ ଆକ୍ସନ୍ ବୋଲି ବୋଲି ଏସଟିଏ ଚେତାବନୀ ଦେଇଛି।

ନିର୍ଦ୍ଧାରିତ ସୀମା ପାର ଶବ୍ଦ ଏବଂ ଆଲୋକ ବ୍ୟବସ୍ଥା ଉପରେ ଲଗାଯାଇଛି କଟକଣା । ଯାନରେ ଡିଜେ ସିଷ୍ଟମ, ଆମ୍ପ୍ଲିଫାୟର୍, ମିକ୍ସର, ଲେଜର ଲାଇଟ୍ କଣ୍ଟ୍ରୋଲର୍ ବେଆଇ । ସାର୍ବଜନୀନ ସ୍ଥାନରେ ବେଆଇନ ବ୍ୟବହାର ବିରୋଧରେ ବି ଲଗାଯାଇଛି ଚେତାବନୀ ।

ଅତ୍ୟଧିକ ଉଚ୍ଚ ସ୍ୱରରେ ଗୀତ ବାଜିବା, ଆମ୍ପ୍ଲିଫାୟର୍, ଲେଜର୍ ଲାଇଟ୍ ଇତ୍ୟାଦି ଢାଞ୍ଚା ସଡ଼କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ଡିଜେ ଗାଡ଼ିର ଅନୁମୋଦିତ ଲମ୍ବ, ପ୍ରସ୍ଥ, ଉଚ୍ଚତା ଏବଂ ପଛପଟ ଓଭରହ୍ୟାଙ୍ଗଠାରୁ ଅଧିକ ଗଠନମୂଳକ ପରିବର୍ତ୍ତନ, ଯାହା ଯାନର ଗତିବିଧି ଏବଂ ସୁରକ୍ଷିତ ରାସ୍ତା ବ୍ୟବହାରକୁ ଗୁରୁତର ଭାବରେ ବିପଦରେ ପକାଇଥାଏ । ଡିଜେ ଯାନରେ ତୀବ୍ର ଆଲୋକ ବ୍ୟବସ୍ଥା, ବିଶେଷକରି ରାତି ସମୟରେ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ ।

ଡିଜେ ଗାଡ଼ିର ଶବ୍ଦ, ଆଲୋକ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦ । ଲୋକଙ୍କ ସୁରକ୍ଷା ପାଇଁ ଏହି ଅସୁରକ୍ଷିତ ଡିଜେ ଗାଡ଼ିକୁ ରୋକିବା ଆବଶ୍ୟକ । ଏଥିପାଇଁ ସର୍କୁଲାର ଜାରି ରହିଛି । ପାର୍ବଣ ଋତୁରେ ଯେପରି ଏଭଳି ବେଆଇନ ଯାନକୁ ବ୍ୟବହାର ନ କରାଯାଏ ସେଥିପାଇଁ ସେଥିପ୍ରତି ଦୃଷ୍ଟି ଦେବାକୁ ପୋଲିସ ବିଭାଗକୁ କୁହାଯାଇଛି । ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରଟିଓକୁ ମଧ୍ୟ ଏସଟିଏ ଅନୁରୋଧ କରିଛି । ଏଥିସହ ପୋଲିସ ବିଭାଗର ମଧ୍ୟ ସହଯୋଗ ଲୋଡ଼ିବା ସହ ସମସ୍ତ RTOଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲା ଏସଟିଏ ।

Leave a Reply

Your email address will not be published. Required fields are marked *