ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି । ମୋଦୀଙ୍କ ଜନ୍ମଦିନରେ ରାଜ୍ୟ ସ୍ତରୀୟ ‘ଏକ୍‌ ପେ ମାକେ ନାମ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ଏକାମ୍ର କଲେଜ ପରିସରରେ ଗଛ ଲଗାଇଲେ ସିଏମ୍‌ । ଆଜି ସାରା ରାଜ୍ୟରେ ୭୫ ଲକ୍ଷ ବୃକ୍ଷ ରୋପଣ କରିବେ ସରକାର । ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବା ସୂଚନା।

ଜଙ୍ଗଲ ଓ ପରିବେଶ ବିଭାଗର ବିଶେଷ ସହଭାଗିତାରେ ଏହି ବୃକ୍ଷ ରୋପଣ କରାଯାଇଛି । ସକାଳ ୫ଟାରୁ ବୃକ୍ଷ ରୋପଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ ଚାଲିବ । ଏଥିପାଇଁ ଜଙ୍ଗଲ ବିଭାଗକୁ ୧୫ ଲକ୍ଷ, ପଞ୍ଚାୟତିରାଜ ବିଭାଗକୁ ୩୪ ଲକ୍ଷ, କୃଷି ବିଭାଗ ୨୩ ଲକ୍ଷ, ଶିଳ୍ପ ବିଭାଗକୁ ୧୫ ଲକ୍ଷ, କେନ୍ଦ୍ରୀୟ ପାରା ମିଲିଟାରୀ ଫୋର୍ସକୁ ୨ ଲକ୍ଷ ୨୦ ହଜାର ଚାରା ରୋପଣ ପାଇଁ ଦାୟିତ୍ୱ ଦିଆଯାଇଛି । ଗାଁ ଗୁଡ଼ିକରେ ୨ ଲକ୍ଷ ଚାରା ରୋପଣ ଲକ୍ଷ୍ୟ ରହିଥିବାବେଳେ ଏହି ଅଭିଯାନରେ ୪୦,୦୦୦ ବିଦ୍ୟାଳୟକୁ ସାମିଲ କରାଯାଇଛି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନରେ ମଧ୍ୟ ସାମିଲ ହୋଇଥିଲେ । ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲୁଥିବା ସେବା ପକ୍ଷ ଅନ୍ତର୍ଗତ ସ୍ୱଚ୍ଛତା ଅଭିଯାନରେ ଯୋଗ ଦେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ମନ୍ତ୍ରୀ, ବିଧାୟକ ପ୍ରମୁଖ ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *