୨୦୧୯ ବ୍ୟାଚର OAS ଟପ୍ପର ଅଶ୍ବିନ ପଣ୍ଡା ନିଲମ୍ବିତ। ବାମରା ତହସିଲଦାର ଅଶ୍ୱିନୀ ପଣ୍ଡାଙ୍କୁ ରାଜ୍ୟ ସରକାର ସସ୍ପେଣ୍ଡ କରିଛନ୍ତି । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ ଟିମ । ଗତ ଶୁକ୍ରବାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଥିଲେ କୁମାର ପଣ୍ଡା । ଚାଷଜମିର କିସମ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଅଭିଯୋଗକାରୀଙ୍କଠାରୁ ଅଶ୍ୱିନୀଙ୍କ ପାଇଁ ଲାଞ୍ଚ ନେଉଥିବାବେଳେ ତାଙ୍କ ଅଫିସ ଡ୍ରାଇଭର ପି. ପ୍ରବୀନ କୁମାରଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିଲା । ସୂଚନା ଯୋଗ୍ୟ; ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମି ମ୍ୟୁଟେସନ ଓ କିସମ ପରିବର୍ତ୍ତନ ପାଇଁ ବାମରା ତହସିଲ ଅଫିସରେ ଆବେଦନ କରିଥିଲେ। ଉକ୍ତ କାର୍ଯ୍ୟ କରିବା ପାଇଁ ତହସିଲଦାର ଅଶ୍ୱିନୀ ପଣ୍ଡା ଲାଞ୍ଚ ମାଗିଥିଲେ । ଯାହାକୁ ନେଇ ଭିକି ନାଏକ ସମ୍ବଲପୁର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଏହାପରେ ପୂର୍ବ ଯୋଜନା ଅନୁସାରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ତହସିଲଦାରଙ୍କ ଡ୍ରାଇଭର ପ୍ରବିନ କୁମାର ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ଲାଞ୍ଚ ପାଇଁ ୧୫ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାକୁ ମାଡ଼ି ବସିଥିଲେ। Post navigation ଆଜି ବିଜେଡିର ଶୃଙ୍ଖଳା କମିଟି ବୈଠକ ରାଜନେତାଙ୍କ ପ୍ରତିଶ୍ରୁତି ପାଣିର ଗାର; ଆସିକା ସୂତାକଳ ଖୋଲିବ କେବେ ?