ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲା, ପୌରସଂସ୍ଥାରେ ଆୟୋଜନ ହେବ ପ୍ରଧାନମନ୍ତ୍ରୀ ଆବାସ ମେଳା । ଏନେଇ ସବୁ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଚିଠି ଲେଖିଛନ୍ତି । ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉତ୍ସବ ୧୭ ତାରିଖରୁ ଦୁଇଟି ପର୍ଯ୍ୟାୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ । ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୬ ଯାଏଁ ୱାର୍ଡ ସ୍ତରୀୟ ଶିବିର ଆୟୋଜନ ହେବ । ଅକ୍ଟୋବର ୧୬ ରୁ ୩୧ ଯାଏଁ ପ୍ରତ୍ୟେକ ଜିଲ୍ଲାରେ ହେବ ପ୍ରଧାନମନ୍ତ୍ରୀ ଆବାସ ମେଳା । Post navigation ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ପୁସ୍ତକ “ଖାକୀ ମଉଜ” ଉନ୍ମୋଚିତ