ସରୁନି ସାର ସମସ୍ୟା । ରାଜ୍ୟରେ ସାର ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଯାହାକି ନେଇ ସାର ସମସ୍ୟାକୁ ନେଇ ବିକ୍ଷୋଭ କରିବ ବିରୋଧୀ। ଚାଷୀଙ୍କ ସାର ସମସ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିଚନ୍ତି ବିରୋଧୀ। ଚାଷୀମାନେ ହଇରାଣ ହେଉଥିବା ବେଳେ ସମସ୍ୟାକୁ ନେଇ ଆସନ୍ତା ୧୫ ତାରିଖ ଦିନ ଆନ୍ଦୋଳନ କରିବ ବିଜେଡି । ୧୫ ତାରିଖ ଦିନ ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ । ଏ ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି ସରକାର କାହିଁକି ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି । ଚାଷୀଙ୍କୁ ଯଦି ସାର ମିଳୁଛି କାହିଁକି ଧାଡ଼ି ଲଗାଉଛନ୍ତି । ସେହିପରି କଂଗ୍ରେସ ମଧ୍ୟ ସାର ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ କହିଛନ୍ତି। ଚାଷୀଙ୍କ ପାଇଁ ସରକାରଙ୍କର ଆନ୍ତରିକତା ନାହିଁ । ଯଦି ସାରର ଅଭାବ ନାହିଁ ତାହେଲେ କେଉଁଠି ଗଚ୍ଛିତ ରଖିଛନ୍ତି ଚଢ଼ାଦରରେ ସାର ବିକ୍ରି ହେଉଛି କିନ୍ତୁ ପ୍ୟାକ୍ସ କି ଲ୍ୟାମ୍ପସରେ ସାର ନାହିଁ ।ମୁଁ ମଧ୍ୟ ଜଣେ ଚାଷୀ ମୋତେ ମଧ୍ୟ ସାର ମିଳିନି। ଚାଷୀ ସାର ପାଉନାହାଁନ୍ତି କିନ୍ତୁ ମନ୍ତ୍ରୀ କହୁଛନ୍ତି ସାରର ଅଭାବ ନାହିଁ, ତାହାଲେ ସାର କେଉଁଠି ଗଚ୍ଛିତ ଅଛି । Post navigation ସାମଗ୍ରୀରେ ସଂଶୋଧିତ ମୂଲ୍ୟ ବାଧ୍ୟତାମୂଳକ: କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟରେ ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉ ନାହିଁ: ଆଇଏମ୍ଡି ଡିଜି