ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ଆଜି ଦିଲ୍ଲୀ ହାଇକୋର୍ଟକୁ ଏକ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି ଦିଆଯାଇଛି । ବୋମାରେ ଉଡ଼ାଇ ଦେବାକୁ ମେଲ୍ ଯୋଗେ ଦୁର୍ବୃତ୍ତର ଧମକ ଦେଇଛନ୍ତି । ୩ଟି କୋର୍ଟରୁମ୍‌ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍‌ରେ ଉଲ୍ଲେଖ କରାଯାଇଛି । ବିଚାରପତିଙ୍କ ଚାମ୍ବର ଏବଂ ଅନ୍ୟାନ୍ୟ ସ୍ଥାନରେ ତିନୋଟି ବୋମା ରଖାଯାଇଛି ବୋଲି ଧମକ ଦିଆଯାଇଥିବା ଜଣାପଡିଛି । ଦିନ ୨ଟା ପୂର୍ବରୁ ବୋମା ବିସ୍ଫୋରଣ ହେବା ନେଇ ଉଲ୍ଲେଖ ହୋଇଥିଲା । ଏହା ପରେ ଦିଲ୍ଲୀ ହାଇକୋର୍ଟକୁ ଖାଲି କରିବା ସହ କୋର୍ଟ ପରିସରରେ ଯାଞ୍ଚ ଆରମ୍ଭ ହୋଇଯାଇଛି । ଏହି ଘବର୍ ପାଇ ଦିଲ୍ଲୀ ହାଇକୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଲୀ ହାଇକୋର୍ଟକୁ ଏକ ଇମେଲ୍ ମିଳିଥିଲା ଯେଉଁଥିରେ ଲେଖାଯାଇଥିଲା ଯେ, ‘ଆଜି ଅପରାହ୍ନରେ ଇସଲାମିକ୍ ନମାଜ ପରେ ବିଚାରପତିଙ୍କ ଚାମ୍ବରରେ ବିସ୍ଫୋରଣ ହେବ । “[email protected]” ନାମରେ ଇମେଲ ଆସିଥିଲା । ଏହି ଇମେଲ୍ ପାଇବା ପରେ, ସୁରକ୍ଷା ଦୃଷ୍ଟିରୁ ହାଇକୋର୍ଟ ପରିସରକୁ ଖାଲି କରାଯାଇଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଯାଞ୍ଚ କରୁଛନ୍ତି ।

Leave a Reply

Your email address will not be published. Required fields are marked *