ଉନ୍ମୋଚିତ ହେଲା ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଲୋକାପୁଅ ସୁରିଆ’। ଓଡ଼ିଆ କଥା ସାହିତ୍ୟକୁ ସ୍ବର୍ଗତ ସୁରେନ୍ଦ୍ର ମହାନ୍ତିଙ୍କ ଅବଦାନ ଅତୁଳନୀୟ। ଦୈନିକ ଖବର କାଗଜ ସମ୍ବାଦର ପ୍ରଥମ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ଲୋକାପୁଅ ସୁରିଆ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଛି । ବିଶିଷ୍ଟ ଲେଖିକା ତଥା ସମାଜସେବୀ ଲୋପାମୁଦ୍ରା ମହାନ୍ତିଙ୍କ ଦ୍ବାରା ରଚିତ ତାଙ୍କର ପିତା, କଥାସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଏକ ମାର୍ମିକ ସ୍ମୃତିଚାରଣ ‘ଲୋକାପୁଅ ସୁରିଆ’ ସେପ୍ଟେମ୍ବର ୧୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରର ଗୀତଗୋବିନ୍ଦ ସଦନରେ ଲୋକାର୍ପିତ ହୋଇଯାଇଛି। ପୁସ୍ତକ ‘ଲୋକାପୁଅ ସୁରିଆ’ର ଲେଖିକା ଲୋପାମୁଦ୍ରା ନିଜ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମଟି ମଧୁମିତା ମହାନ୍ତିଙ୍କ ଦ୍ବାରା ସଂଯୋଜିତ ହୋଇଥିଲା। ଏହି ଅବସରରେ ଗୀତଗୋବିନ୍ଦ ସଦନ ସଭାଗାରଟିରେ ପ୍ରବଳ ଜନସମାଗମ ହୋଇଥିଲା, ଏବଂ ଅନେକ ବ୍ୟକ୍ତି ସେଠାରେ ବସିବାକୁ ସ୍ଥାନ ନ ପାଇ ଠିଆ ହୋଇଥିବାର ମଧ୍ୟ ଲକ୍ଷ୍ୟ କରାଯାଇଥିଲା। ସଭାସ୍ଥଳରେ ନବପ୍ରକାଶିତ ବହିଟିର ପ୍ରାୟ ୧୨୦ଟି କପି ବିକ୍ରୟ ହୋଇଥିବାର ଜଣାଯାଇଛି। ଏହି ଅବସରରେ ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଅଭିନେତା ପ୍ରଶାନ୍ତ ନନ୍ଦ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରାକ୍ତନ ପ୍ରଶାସକ ସଞ୍ଜିବ ଚନ୍ଦ୍ର ହୋତା ଓ ଏସ୍.ଏନ୍.ଏମ୍ ଗ୍ରୁପ୍ର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଉପସ୍ଥିତ ଥିଲେ। Post navigation ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବସ୍ତି ପାଇଁ କି ଅପରେସନ ଉତ୍କଳର ?