BJP Yuva Morcha's preparatory meeting for Sewa Pakhwada held
ରାଜ୍ୟ କାର୍ଯ୍ୟାଳୟରେ ଆଜି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରେ ଥିବାବେଳେ ୧୭ ତାରିଖରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଏ ।
 
ଏହି ବର୍ଷ ତାଙ୍କ ୭୫ ତମ ଜନ୍ମଦିବସକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ବୃକ୍ଷଚାରା ରୋପଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଜେପି, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜନ କରାଯିବ ।
 
ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୧ ତାରିଖରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସବୁଠାରୁ ଆକର୍ଷଣୀୟ କାର୍ଯ୍ୟକ୍ରମ “ମୋଦୀ ଯୁବା ମାରାଥନ” ଆୟୋଜନ କରାଯିବ ବୋଲି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ସୂଚନା ଦେଇଛନ୍ତି ।
 
ସେବା ପକ୍ଷକୁ ସଫଳ କରିବା ପାଇଁ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ଏବଂ ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟରେ ‘ପ୍ରସ୍ତୁତି ବୈଠକ’ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ଯୋଗଦେଇ ଯୁବବର୍ଗଙ୍କୁ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ମାର୍ଗଦର୍ଶନ ଦେବା ସହିତ ନୂତନ କାର୍ଯ୍ୟକର୍ତାଙ୍କୁ ଏଥିରେ ସାମିଲ କରିବାକୁ ସେ ଆହ୍ୱାନ ଦେଇଥିଲେ ।
bjp-yuva-morchas-preparatory-meeting-for-sewa-pakhwada-held

By Nirvay

Leave a Reply

Your email address will not be published. Required fields are marked *