ନେପାଳରେ ବଢ଼ିଲା କର୍ଫ୍ୟୁ। ସ୍ଥିତି ସୁଧୁରୁଥିବା ସତ୍ତ୍ବେ ନେପାଳରେ ବଢ଼ିଲା କର୍ଫ୍ୟୁ । କାଠମାଣ୍ଡୁ, ଲଲିତପୁର, ଭକ୍ତପୁର ଜିଲ୍ଲାରେ ବଢ଼ିଲା କର୍ଫ୍ୟୁ । କାଲି ସକାଳ ୬ଟା ଯାଏଁ କର୍ଫ୍ୟୁ ବଢ଼ାଇଲା ନେପାଳ ସେନା । ଗହଳି ନ କରି ଛୋଟ ଗ୍ରୁପ୍‌ରେ କାମ କରିବାକୁ ସେନାର ଅପିଲ୍ କରାଯାଇଛି ।

ନେପାଳରେ ସୋସିଆଲ ମିଡିଆ ଆପ୍ସ ଉପରେ ବ୍ୟାନ୍ ଲଗାଇବା ପରେ ବିକ୍ଷୋଭ ଦେଖାଯାଇଥିଲା । କାଠମାଣ୍ଡୁ ଠାରୁ ଆରମ୍ଭ କରି ଛୋଟ ବସ୍ତି ଯାଏଁ ଜେନ-ଜି ବିକ୍ଷୋଭକାରୀଙ୍କ ବିରୋଧ ହିଂସାର ରୂପ ନେଇଛି । ଏପର୍ଯ୍ୟନ୍ତ ୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି । ଏ ପରି ପରିସ୍ଥିତିକୁ ସୁଧାରିବା ପାଇ ରାଜଧାନୀ କାଠମାଣ୍ଡୁରେ ଜାରି ରହିଛି କର୍ଫ୍ୟୁ। କାଲି ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛି ନେପାଳର ସେନା।

Leave a Reply

Your email address will not be published. Required fields are marked *