chanadbali-sarpanch-suspended-for-embezzling-govt-funds
ସ୍କୁଲ ଛାତ୍ରଛାତ୍ରୀଙ୍କୁ ଜବକାର୍ଡ଼ଧାରୀ ଶ୍ରମିକ ଦର୍ଶାଇ ଅର୍ଥ ଆତ୍ମସାତ କରିବା ଘଟଣାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ସଚିବ ଚାନ୍ଦବାଲି ପଞ୍ଚାୟତର ସରପଞ୍ଚଙ୍କୁ ନିଲମ୍ବନ କରିଛନ୍ତି ।
 
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମପଞ୍ଚାୟତରେ ୮ ଜଣ ନାବାଳକ ଓ ନାବାଳିକାଙ୍କୁ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ବିଭିନ୍ନ ପ୍ରକଳ୍ପରେ ଜବକାର୍ଡ଼ଧାରୀ ଶ୍ରମିକ ଭାବେ ଦର୍ଶାଇ ଟଙ୍କା ଆତ୍ମସାତ କରିଥିଲେ ସରପଞ୍ଚ ବାପୁନ ବାରିକ ।
 
ସେମାନଙ୍କ ନାମରେ ଜାଲି ଆଧାରକାର୍ଡ଼ ପ୍ରସ୍ତୁତ କରି ୨୦୨୧-୨୨ ରୁ ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମନରେଗା ଯୋଜନାରେ ମୋଟ ୮୩ ହଜାର ୯୪୪ ଟଙ୍କା ପ୍ରଦାନ କରାଯାଇଥିଲା । ଏନେଇ ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *