ଦଶହରା ପୂର୍ବରୁ ନୂଆ ଅବକାରୀ ନୀତି ଆଣିବେ ରାଜ୍ୟ ସରକାର । ଏନେଇ ସୂଚନା ଆଜି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଦିନେ କି ଦୁଇ ଦିନ ଭିତରେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହେବ। ପ୍ରତିନିଧି ଦଳ ଦୁଇ ରାଜ୍ୟକୁ ଗସ୍ତ କରି ଫେରିଛନ୍ତି । ନୂଆ ନୀତି ଉପରେ ଆଲୋଚନା କରାଯାଇ ତଥ୍ୟ ଦିଆଯିବ । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଚଳିତ ମାସରେ ନୂଆ ଅବକାରୀ ନୀତି କାର୍ଯ୍ୟ ଶେଷ ହେବ। ନୂଆ ନୀତିରେ ଚୋରା ମାଦକ ଦ୍ରବ୍ୟ ବିକ୍ରି ଉପରେ ରୋକ୍ ଲଗାଯିବ। ଚଢ଼ାଉ ଜୋରଦାର କରାଯାଇଛି, କଠୋର କାର୍ଯ୍ୟାନୁଷ୍ଠାନ ହେବ। ଏହା ସହ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ସଚେତନତା କାର୍ଯ୍ୟକ୍ରମ ହେବ। ମାସେ ବ୍ୟାପି ‘ନିଶା ନୁହେଁ ଜୀବନ’ ସଚେତନତା କାର୍ଯ୍ୟକ୍ରମ ହେବ। ବର୍ତ୍ତମାନ ପୁରୁଣା ଅବକାରୀ ନୀତି ବଳବତ୍ତର ରହିଛି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥିବିରାଜ ହରିଚନ୍ଦନ । Post navigation ଗଠନ ହେବ ନୂଆ ବିଜେଡି; ସଂକେତ ଦେଲେ ଅମର ଶତପଥୀ ରାଜଧାନୀ କଲେଜରେ ଛାତ୍ର ଓ ଅଣଛାତ୍ର ମୁହାଁମୁହିଁ; ୨ ଛାତ୍ର ଆହତ