ସାସାରାମରୁ ପାଟନା ୧୬ଦିନର ‘ଭୋଟ୍ ଚୋରି’ ଅଭିଯାନ ଶେଷ କରି ତୁରନ୍ତ ଲୋକସଭାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧିଙ୍କ ମାଲେସିଆ ଗସ୍ତକୁ ନେଇ ଉଠିଛି ପ୍ରଶ୍ନ । ସେ ଅନ୍ୟ କେଉଁଠି କି ଯାଇଥିଲେ ଚର୍ଚ୍ଚା ହୋଇନଥାନ୍ତା। ହେଲେ ସେ ମାଲେସିଆର ଯେଉଁ ସ୍ଥାନକୁ ବୁଲିବାକୁ ବାଛିଲେ ତାହା ଅନେକ ସନ୍ଦେହ ଜନ୍ମ ଦେଇଛି।

ଭୋଟ୍ ଚୋରି ଅଭିଯାନର ଶେଷଦିନ ପାଟନାରେ ରାହୁଳ ବଡ଼ପାଟିରେ କହିଥିଲେ ଯେ ଭୋଟ୍ ଚୋରିର ଆଟମବମ୍ ପରେ ଏବେ ଆଣିବୁ ହାଇଡ୍ରୋଜେନ ବମ୍। ଏହା ୧୦୦ ଗୁଣା ଶକ୍ତିଶାଳୀ । ରାହୁଳଙ୍କ ଆଟମବମ୍ ଫୁସ୍‌କି ଯାଇଛି। କାରଣ ଭୋଟ୍ ଚୋରି ଅଭିଯାନକୁ ଲୋକେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ହେଲେ ହାଇଡ୍ରୋଜେନ ବମ୍ ?

ରୁଷିଆ, ଆମେରିକା ଭଳି ଶକ୍ତିଶାଳୀ ଦେଶ ଏଯାଏଁ ହାଇଡ୍ରୋଜନ ଅର୍ଥାତ୍ ଉଦ୍‌ଯାନ ବୋମାର ପରୀକ୍ଷଣ କରିପାରିନାହାନ୍ତି । ମାତ୍ର ରାହୁଳ ଏହି ବୋମା କଥା ଉଠାଇ ତୁରନ୍ତ ଚାଲିଗଲେ ମାଲେସିଆର ଲଙ୍ଗୱି ଦ୍ବୀପକୁ। ଏହି ଦ୍ବୀପର ବଡ଼ ବିଶେଷତ୍ୱ ହେଉଛି ଏହା ଷଡ଼ଯନ୍ତ୍ର ରଚିବାର ଏକ ପ୍ରମୁଖ ସ୍ଥାନ। ଏହା ସାଧାରଣ ପର୍ଯ୍ୟଟକଙ୍କ ପାଇଁ ନୁହେଁ। କୌଣସି ଦେଶରେ ଅସ୍ଥିରତା ସୃଷ୍ଟି କରିବା, ବଡ଼ ବଡ଼ ଚୋରା ଡିଲ୍ କରିବା ପାଇଁ ଏଠାରେ ରାଜନେତାଙ୍କ ଗୋପନୀୟ ଭେଟ୍ ଘାଟ ହୋଇଥାଏ। କୂଟନୈତିକ ରାଜି ନାମା ନେଇ ଚର୍ଚ୍ଚା ଏହି ଦ୍ବୀପରେ ହୋଇଥାଏ। ତେଣୁ ରାହୁଳଙ୍କ ଅଚାନକ ଗସ୍ତ ଏହା ସୂଚାଉଛି ଯେ ସେ ଯେଉଁ ହାଇଡ୍ରୋଜେନ ବୋମା କ‌ଥା କହିଥିଲେ ସେଥିପାଇଁ ବୋଧହୁଏ ଏହି ଲଙ୍ଗୱିକୁ ଆସିଥିଲେ । କାରଣ ଏଠାରେ ଡିପ୍‌ଷ୍ଟେଟ୍‌ର ଅଧିକାରୀମାନେ ସବୁବେଳେ ମହଜୁଦ ଥାଆନ୍ତି। ପଡ଼ୋଶୀ ରାଷ୍ଟ୍ର ମାନଙ୍କରେ ଯେଭଳି ଅରାଜକତା ଦେଖାଦେଇଛି ଏବଂ ଦେଖାଯାଉଛି ଠିକ୍ ସେହି ଭଳି ଅରାଜକତା ସୃଷ୍ଟିର ଉଦ୍ୟମରେ ଏକପ୍ରକାର ଅଛନ୍ତି ରାହୁଳ । ବହୁ ପୂର୍ବରୁ ସେ କହି ସାରିଛନ୍ତି ଯେ ସମଗ୍ର ଦେଶରେ ନିଆଁ ଜଳିବ। ଏହି ମନ୍ତବ୍ୟ ସୂଚାଉଛି ଭାରତରେ ମଧ୍ଯ ଅସ୍ଥିରତା ପାଇଁ ଡିପ୍‌ଷ୍ଟେଟ୍ ଯେଉଁ ଉଦ୍ୟମ କରୁଛି ସେଥିରେ ସାମିଲ ଅଛନ୍ତି ରାହୁଳ। ବୋଧହୁଏ ଲଙ୍ଗୱି ଦ୍ୱୀପରେ ହାଇଡ୍ରୋଜେନ ବୋମା ପାଇଁ ଡିପ୍‌ଷ୍ଟେଟ୍ ବୈଜ୍ଞାନିକମାନଙ୍କ ସହ ବିଚାରବିମର୍ଶ ପାଇଁ ସେ ଯାଇଥିଲେ ।

ରାହୁଳ ହାଇଡ୍ରୋଜେନ ବମ୍ ଫୁ ଟାଇବେ କେଉଁଠି ? ୨୦୧୪ ପରଠାରୁ ରାହୁଳଙ୍କ ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୋଟ୍ ଚୋରିର ଅଭିଯୋଗ ଆଣି ଅଭିଯାନ ସତ୍ତ୍ୱେ ବିଫଳ ଏବଂ ସମାଲୋଚିତ ରାହୁଳ ଏବେ ବାରଣାସୀକୁ ଟାର୍ଗେଟରେ ରଖିଛନ୍ତି । ସେଠାରେ ମଧ୍ଯ ବିହାର ଭଳି ଡ୍ରାମା କରିବେ ଏବଂ ଲୋକଙ୍କୁ ଭ୍ରମିତ କରିବାର ଚେଷ୍ଟା କରିବେ ଯେ ଏଠାରୁ ପ୍ରଧାନମନ୍ତ୍ରୀ ଭୋଟ୍ ଚୋରି କରି ଜିତିଛନ୍ତି ।

Leave a Reply

Your email address will not be published. Required fields are marked *