୧୯୯୫ ନିର୍ବାଚନରେ ବିଜୁଙ୍କ ବିଜୁ ଜନତା ଦଳ କ୍ଷମତାଚ୍ୟୁତ ହୋଇଥିଲା । ୧୯୯୦ରେ ଜନତା ଦଳ ୧୨୩ ଆସନ ଜିଣି ରେକର୍ଡ କରିଥିଲା । ଏହି ରେକର୍ଡକୁ ନବୀନ ପଟନାୟକ ୨୪ ବର୍ଷ ଭିତରେ ଭାଙ୍ଗି ପାରିନଥିଲେ । ୧୯୯୫ରେ ୪୬ ଆସନ ସହ ମୁଖ୍ୟ ବିରୋଧୀ ଦଳ ହୋଇଥିଲା ଜନତା ଦଳ । କିନ୍ତୁ ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତର ବର୍ଷେ ନପୁରୁଣୁ ଭାଙ୍ଗିଗଲା ଜନତା ଦଳ । ଏବେ ଜନତା ଦଳର ଚିହ୍ନବର୍ଣ୍ଣ ନାହିଁ । ଜନ୍ମ ନେଲା ବିଜୁ ଜନତା ଦଳ।

ବିଜୁ ଜନତା ଦଳର ବୟସ ମାତ୍ର ୨୮ । ସେଥିମଧ୍ୟରୁ ୨୪ ବର୍ଷ ଏବଂ ୫ଟି ନିର୍ବାଚନ ବିଜୟ ସହ ବିଜଦ ଓଡ଼ିଶାକୁ ଶାସନ କରିଥିଲା। ୨୦୨୪ ନିର୍ବାଚନରେ କ୍ଷମତାଚ୍ୟୁତ ହେଲା ନବୀନଙ୍କ ବିଜଦ । ୧୧୩ରୁ ଖସିଗଲା ୫୧କୁ । ବିଜୁଙ୍କ ଜନତା ଦଳ ପରି ସମାନ ଅବସ୍ଥା ହେବାକୁ ଯାଉନାହିଁ ତ ନବୀନଙ୍କ ବିଜୁ ଜନତା ଦଳ ?

ସାମ୍ପ୍ରତିକ ସ୍ଥିତି ଯାହା, ବିଜୁ ଜନତା ଦଳ ଆଉ ଥରେ କ୍ଷମତାକୁ ଫେରିବା ସମ୍ଭାବନା ଅତ୍ୟନ୍ତ କ୍ଷୀଣ । ସାଧାରଣତଃ ନିର୍ବାଚନରେ ହାରଜିତ୍ ଦୁଇଟି କାରଣ ଯୋଗୁ ନିର୍ଦ୍ଧାରିତ ହୁଏ । ପ୍ରଥମଟି ହେଲା ରାଜନୈତିକ ଗତିଶୀଳତା ବା ସମୀକରଣ ଏବଂ ଭୋଟରଙ୍କ ମାନସିକତା ବା ସେଣ୍ଟିମେଣ୍ଟ । ୨୦୨୪ ଫଳାଫଳଠାରୁ ଆଉ କିଛି ଅଧିକ ପ୍ରମାଣ ଦରକାର କି?

ବିଜଦର ସବୁଠୁ ବଡ଼ ଦୁଇଟି ପୁଞ୍ଜି ହେଲା ନବୀନ ପଟନାୟକଙ୍କ ଲୋକପ୍ରିୟତା ଏବଂ ତୃଣମୂଳସ୍ତରରେ ସୁଦୃଢ ଭିତ୍ତି। କିନ୍ତୁ ଦଳର ସବୁଠୁ ଦୁର୍ବଳତା ହେଉଛି ନବୀନଙ୍କ ସାସ୍ଥ୍ୟ ଓ ଦୃଶ୍ୟତା । ଦ୍ବିତୀୟରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନଥିବାରୁ ତୃଣମୂଳସ୍ତରର ସଂଗଠନ ଭୁଶୁଡିବାକୁ ବସିଛି। ତା’ଛଡା ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଅତ୍ୟନ୍ତ କଦର୍ଯ୍ୟସ୍ତରକୁ ଯାଇସାରିଲାଣି।

ନବୀନ ବାବୁଙ୍କ ପାଖରେ ବଳ ନାହିଁ କି ବୟସ ନାହିଁ । ୨୦୨୯ ନିର୍ବାଚନ ବେଳକୁ ତାଙ୍କୁ ୮୨ବର୍ଷ ହୋଇଯିବ । ଆଉ ଦଳ ପାଇଁ ପ୍ରଚାର କରିବା ଅବସ୍ଥାରେ ସେ ନଥିବେ । ପାଣ୍ଡିଆନଙ୍କୁ କା ଦେଇ ନାମ ପାଇଛନ୍ତି ନବୀନ ଗତ ନିର୍ବାଚନରେ । ସେ ଓ ବଳ କ୍ଷମତାକୁ ଗଲେ । ଆଉ କେହି ତାଙ୍କ ପ୍ରତିନିଧି ହୋଇ ପ୍ରଚାର କଲେ ଲୋକେ ଗ୍ରହଣ କରିବେ କି ?  ଯେତିକି ସେ ଅଦୃଶ୍ୟ ହେବେ (ଭିଯିବିଲିଟି), ବଳ ସେତିକି ତଳକୁ ଖସିଯିବ। ଏପର୍ଯ୍ୟନ୍ତ ସ୍ପଷ୍ଟ ଉତ୍ତରାଧିକାରୀ କେହି ନାହାଁନ୍ତି । ପାଣ୍ଡିଆନଙ୍କୁ ଲୋକେ ଗ୍ରହଣ କରୁନାହାଁନ୍ତି । ସୁଜାତାଙ୍କୁ ଅଣାଗଲେ ବି ତାହା ବିଶେଷ ପ୍ରଭାବଶାଳୀ ହେବ ନାହିଁ । ଦଳରେ ଅନ୍ୟମାନେ ତାଙ୍କୁ କାହିଁକି ଗ୍ରହଣ କରିବେ ? ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହି ଦଳର ଅବସ୍ଥା ଆଦୌ ଭଲ ନାହିଁ ।

ଗତ ୧୫ ମାସ ଭିତରେ ୫୧ ବିଧାୟକ ଥାଇ ବି ଦଳ କୌଣସି ବଡ଼ ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇପାରିନାହିଁ । ସେହି ଚିଠି ଲେଖାରେ ଅଟକିଛନ୍ତି ନବୀନ ପଟନାୟକ । ଏମିତି ଅବସ୍ଥାରେ ନବୀନଙ୍କ ପରେ ଦଳର ଅବସ୍ଥା କ’ଣ ହେବ ? ବିଜୁ ବାବୁଙ୍କ ପରେ ଜନତା ଦଳ ଭାଙ୍ଗିଥିଲା । କିନ୍ତୁ ଯେତେଦୂର ମନେହୁଏ ନବିନ୍ ଙ୍କ ଅସମ୍ଭବ ପାଣ୍ଡିଆନ ପ୍ରୀତି କାରଣରୁ ସେ ଅବସ୍ଥାରେ ହିଁ ବିଜଦରେ ବିଭାଜନ ଘଟିବ । ମୋଦୀ ଏବଂ ଶାହାଙ୍କ କୌଣସି ରାଜନୀତି ବିଭାଜନକୁ ଭୋକିପାରିବ ବୋଲି ମନେହେଉନାହିଁ ।

 

Leave a Reply

Your email address will not be published. Required fields are marked *