ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଆହୁରି ଦୁଇ ଦିନ ବର୍ଷିବା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଆଜି ସାରା ରାଜ୍ୟକୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି । ଏହା ଧୀରେ ଧୀରେ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହା ପ୍ରଭାବରେ ରାଜ୍ୟରେ ଆହୁରି ଦୁଇ ଦିନ ବର୍ଷା ଲଗିରହିବ । ଆଜି ଅତି ପ୍ରବଳ ବର୍ଷା ପାଇଁ ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ଓ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ଆସନ୍ତାକାଲି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାସହିତ ବିଭିନ୍ନ ସ୍ଥାନରେ ୩୦ରୁ ୪୦ ବେଗରେ ପବନ ବୋହିବା ସହିତ ଘଡଘଡି ମରିବାର ସମ୍ଭାବନା ମଧ୍ୟ ରହିଛି। ଏପରିକି ଏହି ବର୍ଷା ପରିମାଣ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ତେବେ ସମୁଦ୍ରରେ ମଧ୍ୟ ଜଳର ପରିମାଣ ବଢୁଥିବା ହେତୁ ସମୁଦ୍ରକୂଳକୁ ନ ଯିବାକୁ ବାରଣ କରାଯାଇଛି। Post navigation ପବିତ୍ର ନୂଆଁ ଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଏ ସାବତ ବିଦା ହେଇଥିଲେ, ପୁଣି ଫେରିଲେ କେମିତି ?