ଦାଦନ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି । ଦାଦନ ରୋକିବା ପାଇଁ ପ୍ରସ୍ତୁତ ହୋଇଛି ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ ପ୍ରିଣ୍ଟ । ଏ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ଆଜି ଦାଦନ ରୋକିବାକୁ ନେଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଏହା ପରେ ସେ କହିଛନ୍ତି ପୂର୍ବ ବର୍ଷ ଅପେକ୍ଷା ଏଥର ଦାଦନ କମିଛି କିନ୍ତୁ ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛନ୍ତି ରାଜ୍ୟ ସରକାର ।

ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ । କାହିଁକି ସେମାନେ ସେହି ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି କାରଣ ଖୋଜିବେ ସରକାର । କାରଣ ଖୋଜାଯାଇ ନିରାକରଣ ବାହାର କରାଯିବ ।

ସେହିପରି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍‌ପୁଟ୍‌ ସବସିଡି ଯୋଗୁଁ ଦାଦନ କମିଛି । ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛୁ ।

Leave a Reply

Your email address will not be published. Required fields are marked *