ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଜଣେ ପୁଲିସ୍ ଏସ୍ଆଇ। ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ପୁଲିସ୍ ଏସ୍ଆଇ ଜଗା ବରିହା । ଜଣେ ସ୍କ୍ରାପ୍ ଡିଲରଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହା ସହ ଜଗା ବରିହାଙ୍କ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ସୂଚନାନୁଯାୟୀ, ଜଣେ ସ୍କ୍ରାପ୍ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ବିଜେପୁର ଥାନା ଏସଆଇ ଜଗା ବରିହା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯେତେବେଳେ ସେ ୧୦ ହଜାର ଟଙ୍କା ଲାଞ୍ଚ ଦେବାକୁ ଅକ୍ଷମତା ପ୍ରକାଶ କଲେ ଏସଆଇ ବରିହା ସେହି ପରିମାଣକୁ ୭ ହଜାର ଟଙ୍କା କରିଥିଲେ । ଅନ୍ୟ କୌଣସି ବିକଳ୍ପ ନ ପାଇ, ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଆଜି ପୁଲିସ ଏସଆଇ ବରିହାଙ୍କୁ ଅଭିଯୋଗକାରୀଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଥିଲେ। Post navigation ପରଲୋକରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ; ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର ଏୟାରପୋର୍ଟରେ ହେବ ତୃତୀୟ ଟର୍ମିନାଲ୍: କେ. ରାମମୋହନ ନାଇଡୁ