ଶ୍ରୀମନ୍ଦିରକୁ ପ୍ରତିଦିନ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ନିଜ ଛୋଟ ଶିଶୁଙ୍କୁ ନେଇ ଆସିଥାନ୍ତି । ବିଶେଷକରି ସ୍ତନ୍ୟପାନ ଉପରେ ନିର୍ଭରଶୀଳ ଶିଶୁ ଓ ମା’ମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରରେ ଏକ ସ୍ତନ୍ୟପାନ ଗୃହ କରାଯିବାକୁ ଯୋଜନା ହୋଇଛି । ଏନେଇ ସ୍ଵତନ୍ତ୍ର ଗୃହ ସ୍ଥାପନ ପାଇଁ ସ୍ଥାନ ନିରୂପଣ କରାଯାଇଥିବା ସୂଚନା ମିଳିଛି । ଶ୍ରୀମନ୍ଦିର ପରିସର ଶାଖା କାର୍ଯ୍ୟାଳୟ ନିକଟରେ ସ୍ତନ୍ୟପାନ ଗୃହ ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ତନ୍ୟପାନ ଗୃହ ପରିଚାଳନା ପାଇଁ ଜଣେ ସ୍ଵତନ୍ତ୍ର ମହିଳା ସହାୟିକା ରହିବେ । ଏହି ପଦକ୍ଷେପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । Post navigation ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟି ଟଙ୍କାର ମାରିଜୁଆନା ଜବତ